ଫେବ୍ରୁଆରି ପହିଲାରୁ ସିନେମା ହଲ୍‌ରେ ୧୦୦% ଦର୍ଶକ ବସିପାରିବେ; ଗାଇଡ୍‌ଲାଇନ୍‌ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଫେବ୍ରୁଆରି ପହିଲାରୁ ୧୦୦% ଦର୍ଶକଙ୍କୁ ବସାଇ ସିନେମା ହଲ୍‌ ସବୁ ଚାଲି ପାରିବ ବୋଲି ରବିବାର ଦିନ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମତି ପ୍ରଦାନ କରିଛି।

ଏ ସଂକ୍ରାନ୍ତରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ନୂଆ ମାର୍ଗଦର୍ଶିକ ଜାରି କରିଛନ୍ତି। କରୋନାଭାଇରସ୍‌ ବିସ୍ତାର ରୋକିବାକୁ ସିନେମା ହଲ୍‌ ଓ ପ୍ରେକ୍ଷାଳୟମାନଙ୍କ ଲାଗି ସରକାର ‘ଏସ୍‌ଓପି’ ଜାରି କରିଛନ୍ତି।

ସିନେମା ହଲ୍‌କୁ ଯିବା ନିମନ୍ତେ ଦର୍ଶକମାନଙ୍କ ଲାଗି ମାସ୍କ୍‌ ପିନ୍ଧିବା ଏବଂ ଶରୀରର ଉତ୍ତାପ ମାପିବା ବାଧ୍ୟତାମୂଳକ କରାଯାଇଛି। ଏହାଛଡ଼ା, ସିନେମା ହଲ୍‌ ସବୁ ଦର୍ଶକମାନଙ୍କ ନିମନ୍ତେ ପୃଥକ୍‌ ପୃଥକ୍‌ ସିଟ୍‌ ବ୍ୟବସ୍ଥା କରିବା, ବିଭିନ୍ନ ପର୍ଯ୍ୟାୟ କରି ଟିକେଟ୍‌ ବୁକିଙ୍ଗ୍‌ ସମୟ ନିର୍ଦ୍ଧାରଣ କରିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ନିମନ୍ତେ ବ୍ୟବସ୍ଥା କରିବା ଲାଗି ମଧ୍ୟ ଏହି ‘ଏସ୍‌ଓପି’ରେ କୁହାଯାଇଛି। ଡିଜିଟାଲ୍‌ ପେମେଣ୍ଟ୍‌କୁ ମଧ୍ୟ ଉତ୍ସାହିତ କରିବାକୁ ନିର୍ଦେଶ ଦିଆଯାଇଛି।

Image Courtesy of Hindustan Times

ସିନେମା ହଲ୍‌ ନିମନ୍ତେ ଜାରି ହୋଇଥିବା ‘ଏସ୍‌ଓପି’ରେ ଥିବା ପ୍ରମୁଖ ନିୟମଗୁଡ଼ିକ ହେଉଛି:

ଅଡିଟରିୟମ୍‌ ବାହାରେ, ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ସ୍ଥାନରେ ଏବଂ ପ୍ରତିକ୍ଷାଳୟରେ ସର୍ବଦା ଲୋକମାନଙ୍କ ମଧ୍ୟରେ ସର୍ବଦା ୬ ଫୁଟ୍‌ ଦୂରତ୍ୱ ବଜାୟ ରଖିବା ବ୍ୟବସ୍ଥା ରହିବ।

ସବୁ ସମୟରେ ଫେସ୍‌ ମାସ୍କ୍‌ ପରିଧାନ କରିବା ବାଧ୍ୟତାମୂଳକ।

ସିନେମା ହଲ୍‌ ପରିସରସ୍ଥ ସର୍ବସାଧାରଣ ଅଞ୍ଚଳ, ପ୍ରବେଶ ଓ ପ୍ରସ୍ଥାନ ପଥରେ ‘ଟଚ୍‌ ଫ୍ରି-ମୋଡ୍‌’ ସାନିଟାଇଜର୍‌ ବ୍ୟବସ୍ଥା କରିବା।

କାଶିବା, ଛିଙ୍କିବା, ସମୟରେ ପାଟି ଓ ନାକକୁ ଟିସ୍ୟୁ, ରୁମାଲ ବା କହୁଣିରେ ଆବୃତ କରିବା।

ଛେପ ନ ପକାଇବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି।

ଅସୁସ୍ଥତା ଲକ୍ଷଣ ଦେଖାଗଲେ ରାଜ୍ୟ ଓ ଜିଲ୍ଲା ହେଲ୍‌ପ୍‌ଲାଇନ୍‌କୁ ଜଣାଇବା।

ଆରୋଗ୍ୟ ସେତୁ ଇନ୍‌ଷ୍ଟଲେସନ୍‌ ଓ ବ୍ୟବହାର ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି।

The post ଫେବ୍ରୁଆରି ପହିଲାରୁ ସିନେମା ହଲ୍‌ରେ ୧୦୦% ଦର୍ଶକ ବସିପାରିବେ; ଗାଇଡ୍‌ଲାଇନ୍‌ ଜାରି କଲେ କେନ୍ଦ୍ର ସରକାର first appeared on Sambad.



from କରୋନା – Sambad https://ift.tt/39D8Rmx

Post a Comment

0 Comments