ନୂଆଦିଲ୍ଲୀ: ଭାରତରେ ବ୍ୟବହାର ନିମନ୍ତେ ରବିବାର ଦିନ ‘ଡ୍ରଗ୍‌ସ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ’ (ଡିସିଜିଆଇ) ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକାର ‘କୋଭାସିଲ୍‌ଡ୍‌’ ଏବଂ ଭାରତ ବାୟୋଟେକ୍‌ର ‘କୋଭାକ୍ସିନ୍‌’ କରୋନଭାଇରସ୍‌ ଟିକାକୁ ଔପଚାରିକ ଭାବେ ଅନୁମୋଦନ କରିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ‘ଡ୍ରଗ୍‌ସ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ’ ଡାକ୍ତର ଭି ଜି ସୋମାନି କହିଛନ୍ତି, ଟିକା ସବୁ ଦୁଇଟି ଡୋଜ୍‌ରେ ଦିଆଯିବ। ଏହି ସବୁ ଟିକାଗୁଡ଼ିକୁ ୨ଂ-୮ଂ ସେଣ୍ଟିଗ୍ରେଡ୍‌ ତାପମାତ୍ରାରେ ରଖାଯାଏ।

Image Courtesy of Zee News

‘ସବ୍‌ଜେକ୍ଟ୍‌ ଏକ୍ସପର୍ଟ କମିଟି ଅଫ୍‌ ସେଣ୍ଟ୍ରାଲ୍‌ ଡ୍ରଗ୍‌ସ୍‌ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍‌ ଅର୍ଗାନାଇଜେସନ୍‌’ର ସୁପାରିସକ୍ରମେ ‘ଡିସିଜିଆଇ’ ଭାରତରେ ଜରୁରୀକାଳୀନ ବ୍ୟବହାର ନିମନ୍ତେ ଏହି ଦୁଇଟି ଟିକାକୁ ଔପଚାରିକ ଭାବେ ସ୍ୱୀକୃତି ଦେଇଛନ୍ତି।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ଜରୁରୀକାଳୀନ ବ୍ୟବହାର ନିମନ୍ତେ ‘କୋଭାସିଲ୍‌ଡ୍‌’କୁ ଜାନୁଆରି ୧ ତାରିଖ ଦିନ ଅନୁମୋଦନ ମିଳିଥିଲା। କିନ୍ତୁ, ‘କୋଭାକ୍ସିନ୍‌’ର ନିୟନ୍ତ୍ରିତ ବ୍ୟବହାର ନିମନ୍ତେ ଜାନୁଆରି ୨ ତାରିଖ ଦିନ ଅନୁମତି ମିଳିଥିଲା।

The post ଭାରତରେ ବ୍ୟବହାର ପାଇଁ ‘ଡିସିଜିଆଇ’ଙ୍କ ଅନୁମୋଦନ ପାଇଲା ଅକ୍ସଫୋର୍ଡର ‘କୋଭାସିଲ୍‌ଡ୍‌’ ଓ ଭାରତ ବାୟୋଟେକ୍‌ର ‘କୋଭାକ୍ସିନ୍‌’ first appeared on Sambad.



from କରୋନା – Sambad https://ift.tt/2KWX7RZ