ଲଣ୍ଡନ: ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା କମ୍ପାନି ଦ୍ବାରା ବିକଶିତ ଟିକାର ୫,୩୦,୦୦୦ ମାତ୍ରା ଆହରଣ କରି ବ୍ରିଟେନ୍‌ ତାହାର ପ୍ରଥମ ଦଫା କୋଭିଡ୍‌ ଟିକାକରଣ ସୋମବାର ଆରମ୍ଭ କରିଛି। ସେହିପରି ଚୀନ୍‌ ମଧ୍ୟ ଏକ ନିଜସ୍ବ ଟିକାକୁ ଲକ୍ଷ ଲକ୍ଷ ନାଗରିକଙ୍କ ଠାରେ ପ୍ରୟୋଗ ଆରମ୍ଭ କରିଦେଇଛି। ସମ୍ପ୍ରତି ବ୍ରିଟେନ୍‌ରେ ଏକ ନୂଆ ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁର ସଂକ୍ରମଣ ଦେଶବାସୀଙ୍କୁ ଆତଙ୍କିତ କରିଦେଇଥିବା ବେଳେ ଏହି ଅକ୍ସଫୋର୍ଡ ଟିକା କିଛି ମାତ୍ରାରେ ଆଶ୍ବସ୍ତି ଆଣିବ ବୋଲି ଆଶା କରାଯାଉଛି। ଆଜି ଅକ୍ସଫୋର୍ଡର ଚର୍ଚ୍ଚିଲ୍‌ ହସ୍ପିଟାଲ୍‌ରେ ଦେଶର ପ୍ରଥମ ହିତାଧିକାରୀ ଭାବେ ବ୍ରାୟାନ ପିଙ୍କର ନାମକ ଜଣେ ୮୨ ବର୍ଷୀୟ ଅବସରପ୍ରାପ୍ତ ରକ୍ଷଣାବେକ୍ଷଣ ପରିଚାଳକଙ୍କୁ ଅକ୍ସଫୋର୍ଡ ଟିକା ପ୍ରଦାନ କରାଯାଇଛି। ଟିକାକରଣ ଆରମ୍ଭ ହେବା ପରେ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ଟ୍ବିଟରରେ ନିଜର ଖୁସି ପ୍ରକଟ କରିବା ସହ ଏହା ଦ୍ବାରା ଆମକୁ କିଭଳି ମହାମାରୀ କବଳରୁ ମୁକୁଳିବାକୁ ପଡ଼ିବ ତାହା ଦେଖିବାକୁ ବାକି ରହିଲା ବୋଲି କହିଛନ୍ତି। ତେବେ ଦେଶବାସୀଙ୍କ ପାଇଁ ଆଗକୁ ଆହୁରି କଠିନ ସମୟ ଅପେକ୍ଷା କରି ରହିଛି ବୋଲି ସେ କହିଛନ୍ତି।

The post ୟୁକେରେ ଅକ୍ସଫୋର୍ଡ ଟିକାର ବ୍ୟବହାର ଆରମ୍ଭ: ୮୨ ବର୍ଷୀୟ ନେଲେ ପ୍ରଥମ ଡୋଜ୍‌ first appeared on Sambad.



from କରୋନା – Sambad https://ift.tt/2Li0Jhw