
ନୂଆଦିଲ୍ଲୀ: ଭାରତ ବାୟୋଟେକ୍ର ‘କୋଭାକ୍ସିନ୍’ର ଜରୁରୀ ବ୍ୟବହାର ପାଇଁ ଡିସିଜିଆଇ (ଭାରତର ଭେଷଜ ମହାନିୟନ୍ତ୍ରକ) ମଂଜୁର କରିଛନ୍ତି। କୋଭାକ୍ସିନର୍ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ ଆସିବା ପୂର୍ବରୁ ଡିସିଜିଆଇ ଏହାକୁ ଅନୁମତି ଦେଇଥିବାରୁ ଅନେକ କଂଗ୍ରେସ ନେତା ଏନେଇ ପ୍ରଶ୍ନ ଉଠାଇଛନ୍ତି। ବିହାର କଂଗ୍ରେସ ନେତା ଏବଂ ବିଧାୟକ ଅଜିତ ଶର୍ମା ଆଜି ଦାବି କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଜନସାଧାରଣଙ୍କ ମନରେ ବିଶ୍ବାସ ସୃଷ୍ଟି କରିବା ପାଇଁ ପ୍ରଥମେ ଟିକା ନେବା ଉଚିତ୍। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପରି ମୋଦୀ ମଧ୍ୟ ଟିକାର ପ୍ରଥମ ମାତ୍ରା ନେବା ଉଚିତ୍। ବିଜେପି ନେତାମାନେ ମଧ୍ୟ ପ୍ରଥମେ କରୋନା ଟିକା ନେବା ଉଚିତ୍ ବୋଲି ସେ କହିଛନ୍ତି। ସିରମ୍ ଏବଂ ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ ଟିକାର ଶ୍ରେୟ ବିଜେପି ନେବାକୁ ଚାହୁଥିବାରୁ ଅଜିତ ଏଥିପାଇଁ ଉକ୍ତ ଦଳକୁ କଡ଼ା ସମାଲୋଚନା କରିଛନ୍ତି।
The post ପୁଟିନ୍, ବାଇଡେନ୍ଙ୍କ ପରି ମୋଦୀ ଟିକାର ପ୍ରଥମ ଡୋଜ୍ ନେବା ଉଚିତ୍ : କଂଗ୍ରେସ ନେତା first appeared on Sambad.
from କରୋନା – Sambad https://ift.tt/3oamSg6
0 Comments