ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୨୯,୩୯୮ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ଭାରତରେ ସମୁଦାୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୭,୯୬,୭୭୦ ପହଞ୍ଚିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୯,୩୯୮ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪୧୪ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧୪୨, ୧୮୬ରେ ପହଞ୍ଚିଛି। ଗତକାଲିର ନୂତନ ସଂକ୍ରମିତଙ୍କ ଠାରୁ ଆଜିର ନୂତନ ସଂକ୍ରମିତଙ୍କ ସଂଖ୍ୟା ୬.୭% କମ୍‌ ରହିଛି।

Image Courtesy of India Today

୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇ ଫେରିଥିବା ୩୭, ୫୨୮ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୯୨, ୯୦, ୮୩୪।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରେକର୍ଡ ଅନୁସାରେ, ସମ୍ପ୍ରତି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୬୩, ୭୪୯।

ଏହାଛଡ଼ା, କରୋନାଭାଇରସ୍‌ ଚିକିତ୍ସା ନିମନ୍ତେ ଉତ୍ସର୍ଗୀକୃତ ବୋଲି ଘୋଷଣା କରାଯିବା ଦିନରୁ ଦିଲ୍ଲୀର ରାଷ୍ଟ୍ରାୟତ ‘ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲ୍‌’ରେ ସଫଳତାର ସହ ୧୦, ୦୦୦ କୋଭିଡ୍‌-୧୯ ଆକ୍ରାନ୍ତଙ୍କର ସଫଳ ଚିକିତ୍ସା କରାଯାଇଛି। ଏକଥା ଗୁରୁବାର ଦିନ ହସ୍ପିଟାଲ୍‌ ତରଫରୁ ଘୋଷଣା କରାଯାଇଛି।

The post ୨୪ ଘଣ୍ଟା ମଧ୍ୟରେ ୨୯,୩୯୮ ନୂଆ ସଂକ୍ରମଣ ସହ ୯୭,୯୬,୭୭୦ରେ ପହଞ୍ଚିଲା କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା first appeared on Sambad.



from କରୋନା – Sambad https://ift.tt/2LqmmMC