
ନୂଆଦିଲ୍ଲୀ: କୋଭିଡ୍-୧୯ ଟିକା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ତେବେ ଟିକାର ପାର୍ଶ୍ବ ପ୍ରତିକ୍ରିୟା ନେଇ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଜଣାଇ ଦିଆଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ତଥ୍ୟ ଅନୁସାରେ, ଟିକା ପରିଚାଳନା ପାଇଁ ମୋଟ ୨୯ ହଜାର ଶୀତଳୀକରଣ ବ୍ୟବସ୍ଥା, ୨୪୦ ୱାକ୍-ଇନ୍-କୁଲର, ୭୦ ୱାକ-ଇନ ଫ୍ରିଜର, ୪୫ ହଜାର ଆଇସ-ଲାଇନ୍ଡ ରେଫ୍ରିଜରେଟର, ୪୧ ହଜାର ଡିପ୍ ଫ୍ରିଜର ଏବଂ ୩୦୦ ସୋଲାର ରେଫ୍ରିଜରେଟର ବ୍ୟବହାର ହେବ। ଏସବୁ ସାମଗ୍ରୀ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଖୁବ୍ ଶୀଘ୍ର ପଠାଇ ଦିଆଯିବ ବୋଲି ସ୍ବାସ୍ଥ୍ୟ ସଚିବ କହିଛନ୍ତି। ତେବେ ଟିକାର ପାର୍ଶ୍ବ ପ୍ରତିକ୍ରିୟା କ୍ଷେତ୍ରରେ ତତ୍କାଳ ପଦକ୍ଷେପ ପାଇଁ ରାଜ୍ୟମାନେ ପ୍ରସ୍ତୁତ ରହିବାକୁ ସେ ସତର୍କ କରାଇ ଦେଇଛନ୍ତି।
ବର୍ତ୍ତମାନ ଦେଶରେ ୬ଟି ଟିକାର ନୈଦାନିକ ପରୀକ୍ଷଣ ଚାଲୁରହିଛି ବୋଲି ନିତି ଆୟୋଗ (ସ୍ବାସ୍ଥ୍ୟ)ର ବରିଷ୍ଠ ସଦସ୍ୟ ଡାକ୍ତର ଭି.କେ. ପାଲ୍ କହିଛନ୍ତି। ଫାଇଜର ଭଳି ଟିକାକୁ ଭାରତୀୟ ଶୀତଳୀକରଣ ପ୍ରକ୍ରିୟାରେ ସଂରକ୍ଷିତ କରି ରଖାଯାଇପାରିବ ବୋଲି ପାଲ୍ ସୂଚନା ଦେଇଛନ୍ତି। ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ଆଉ କେତେକ ଟିକାକୁ ନୈଦାନିକ ପରୀକ୍ଷଣ ପାଇଁ ଅନୁମୋଦନ କରି ସାରିଛନ୍ତି।
The post ଟିକାର ପାର୍ଶ୍ବ ପ୍ରତିକ୍ରିୟା: ରାଜ୍ୟମାନେ ପ୍ରସ୍ତୁତ ରହିବାକୁ କେନ୍ଦ୍ରର ପରାମର୍ଶ first appeared on Sambad.
from କରୋନା – Sambad https://ift.tt/3adLall
0 Comments