ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍‌ ସଂକ୍ରମଣ ମାମଲାରେ ଦ୍ରୁତ ହ୍ରାସ ପରିଲକ୍ଷିତ ହୋଇଛି। ବିଗତ ୫ ମାସ ମଧ୍ୟରେ ସବୁଠୁ କମ୍‌ ସଂକ୍ରମଣ ମାମଲା ଆଜି ଦେଖିବାକୁ ମିଳିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୨୬,୫୬୭ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ସଂକ୍ରମଣରୁ ମୁକ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ୯୧ ଲକ୍ଷରେ ପହଞ୍ଚିଯାଇଛି। ଅନ୍ୟପକ୍ଷରେ ଦେ ମୋଟ୍‌ ସଂକ୍ରମଣ ମାମଲା ୯୭,୦୩,୭୭୦ ରହିଛି। ବିଗତ ୨୪ ଘଣ୍ଟାରେ ୩୮୫ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧,୪୦,୯୫୮ରେ ପହଞ୍ଚିଛି। ସକ୍ରିୟ ମାମଲା ୩,୮୩,୮୬୬ ରହିଛି। ଭାରତରେ ୧୦ ଲକ୍ଷ ଜନସଂଖ୍ୟାରେ ପ୍ରତିଦିନ ହାରାହାରି ୩ ଜଣଙ୍କ କରୋନାରେ ମୃତ୍ୟୁ ହେଉଥିବା ବେଳେ ଇଟାଲିରେ ଏହା ୮୫ ରହିଛି। ଅନ୍ୟପକ୍ଷରେ ବ୍ରିଟେନ୍‌ରେ ପ୍ରତି ୧୦ ଲକ୍ଷରେ ଦୈନିକ ୪୪ ଜଣ, ଫ୍ରାନ୍ସରେ ୪୪ ଜଣ, ଅମେରିକାରେ ୪୨ ଜଣ ଏବଂ ରୁଷ୍‌ରେ ୨୫ ଜଣଙ୍କ ମୃତ୍ୟୁ ହେଉଛି।

The post କରୋନା ସଂକ୍ରମଣରେ ବଡ଼ ହ୍ରାସ, ୫ ମାସରେ ସବୁଠୁ କମ୍‌ ମାମଲା first appeared on Sambad.



from କରୋନା – Sambad https://ift.tt/3gomhEA