
ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍ଜନିତ ଦୈନିକ ସଂକ୍ରମଣ ସଂଖ୍ୟାରେ ଆଜି ଉଲ୍ଲେଖନୀୟ ହ୍ରାସ ଦେଖା ଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୦,୦୦୦ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭାରତରେ ସମୁଦାୟ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୯.୭ ନିୟୁତ ଅତିକ୍ରମ କରିଯାଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ମଙ୍ଗଳବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୬, ୫୬୭ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୩୮୫ ମୃତ୍ୟୁ ରେକର୍ଡ ହୋଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୯,୭୦୩,୭୭୦ ଓ ମୃତ୍ୟୁସଂଖ୍ୟା ୧,୪୦,୯୫୮ରେ ପହଞ୍ଚିଛି।
ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୩୯,୦୪୫ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୯୧,୭୮,୯୪୬ରେ ପହଞ୍ଚିଛି।
ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩,୮୩,୮୬୬। ଏହା ହେଉଛି ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟାର ୪,୧୦%। ଏଥିସହ ଦେଶରେ ଦୈନିକ ନୂତନ ସଂକ୍ରମଣ ସଂଖ୍ୟା ଅପେକ୍ଷା ସୁସ୍ଥତା ସଂଖ୍ୟା ମଧ୍ୟ ବଢ଼ି ଚାଲିଛି।
ଗତ ଅଳ୍ପ କେତେଦିନ ହେବ ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୪୦ ହଜାରରୁ କମ୍ ରହୁଛି।
The post ଭାରତରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟାରେ ଉଲ୍ଲେଖନୀୟ ହ୍ରାସ: ୨୪ ଘଣ୍ଟା ମଧ୍ୟରେ ସଂକ୍ରମଣସଂଖ୍ୟା ୨୬,୫୬୭ ଏବଂ ମୃତ୍ୟୁସଂଖ୍ୟା ୩୮୫ first appeared on Sambad.
from କରୋନା – Sambad https://ift.tt/3mUt3EB
0 Comments