ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ୩୨୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୩୦୯କୁ ବୃଦ୍ଧି ପାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ୪୦ ଜଣ, ପୁରୀ ଜିଲ୍ଲାରୁ ୨୨ ଜଣ, କଟକ ଜିଲ୍ଲାରୁ ୨୧ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୦ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୯ ଜଣ, ବରଗଡ଼ ଜିଲ୍ଲାରୁ ୧୮ ଜଣ, ଅନୁଗୁଳ, କଳାହାଣ୍ଡି, ମୟୂରଭଂଜ ଜିଲ୍ଲାରୁ ୧୭ ଜଣ ଲେଖାଏଁ, ସମ୍ବଲପୁର ଜିଲ୍ଲାରୁ ୧୬ ଜଣ, ଯାଜପୁର ଜିଲ୍ଲାରୁ ୧୪ ଜଣ, ରାୟଗଡ଼ା ଜିଲ୍ଲାରୁ ୧୩ ଜଣ ଓ ବଲାଙ୍ଗୀର ଜିଲ୍ଲାରୁ ୧୧ ଜଣ ସୁସ୍ଥ ହୋଇଛନ୍ତି।

 

ସେହିପରି କେନ୍ଦୁଝର ଜିଲ୍ଲାରୁ ୯ ଜଣ, ଜଗତସିଂହପୁର ଜିଲ୍ଲାରୁ ୭ ଜଣ, ଗଂଜାମ, କେନ୍ଦ୍ରାପଡ଼ା, ମାଲକାନଗିରି ଜିଲ୍ଲାରୁ ୬ ଜଣ ଲେଖାଏଁ, ବୌଦ୍ଧ, ଭଦ୍ରକ ଜିଲ୍ଳାରୁ ୪-୪ ଜଣ, ନୟାଗଡ଼, ନୂଆପଡ଼ା ଜିଲ୍ଲାରୁ ୩-୩ ଜଣ, ଦେବଗଡ଼, ଢେଙ୍କାନାଳ, କେରାପୁଟ, ନବରଂଗପୁର ଜିଲ୍ଲାରୁ ୨ ଜଣ ଲେଖାଏଁ ଓ ଗଜପତି ଜିଲ୍ଲାରୁ ଜଣେ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

The post ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୩୬୨ ଜଣ ଆକ୍ରାନ୍ତ first appeared on Sambad.



from କରୋନା – Sambad https://ift.tt/38kK7NH