ଭୁବନେଶ୍ୱର : ଖୋର୍ଧା ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୩ଶହ ଟିପିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୫ଜଣ କରୋନାରେ ପ୍ରାଣ ହରାଇବା ନେଇ ଘୋଷଣା କରାଯାଇଥିବା ବେଳେ ଏଥିରେ ୨ଜଣ ଖୋର୍ଧା ଜିଲ୍ଲାର ରହିଛନ୍ତି। ଜିଲ୍ଲାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୩୦୧କୁ ବୃଦ୍ଧି ପାଇଛି, ଯାହାକି ରାଜ୍ୟର ସମୁଦାୟ ମୃତ୍ୟୁ ସଂଖ୍ୟା ୧୭ ପ୍ରତିଶତ। ରାଜ୍ୟର ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୧୭୬୫କୁ ବୃଦ୍ଧି ପାଇଛି।

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୦୯ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୭ ଜିଲ୍ଲାରୁ ଏହି ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୧୧ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି। ରାଜ୍ୟର ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୦ ହଜାର ୮୦୩କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୬୦୫ଜଣ କରୋନା‌ ରୋଗୀ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ୨୭୦କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୩୭୧୫ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଯାହାକି ସମୁଦାୟ ସଂକ୍ରମିତଙ୍କ ୧.୧ ପ୍ରତିଶତ ରହିଛି।

The post ଖୋର୍ଧାରେ କରୋନା ମୃତ୍ୟୁ ୩ଶହ ଟପିଲା first appeared on Sambad.



from କରୋନା – Sambad https://ift.tt/3gdzqjP