ନୂଆଦିଲ୍ଲୀ: ବ୍ର‌ିଟେନରେ ଦେଖାଦେଇଥିବା ରୂପାନ୍ତରିତ କରୋନା ଭୂତାଣୁ ସମ୍ପର୍କରେ ଭାରତ ସରକାର ସମ୍ପୂର୍ଣ୍ଣ ଅବଗତ ଅଛନ୍ତି ଏବଂ ଦେଶବାସୀ ଏଥିପାଇଁ ଆଦୌ ଭୟଭୀତ ନହେବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, କିଛି ଦିନ ତଳେ ଗ୍ରେଟର ଲଣ୍ଡନ, କେଣ୍ଟ୍‌ ଓ ଏସେକ୍ସ ଠାରେ କୋଭିଡ୍‌ ସଂକ୍ରମଣ ଅତର୍କିତ ଦ୍ରୁତ ବେଗରେ ବଢ଼ିବାକୁ ଲାଗିଲା। ଖୋଳତାଡ଼ କରିବାରୁ ସେଠାରେ ହଜାରେରୁ ଅଧିକ ମାମଲାରେ ଏକ ନୂଆ ପ୍ରଜାତିର କରୋନା ଭୂତାଣୁକୁ ଠାବ କରାଯାଇଥିଲା। ଏହି ନୂତନ କରୋନା ଭୂତାଣୁର ସଂକ୍ରମଣ କ୍ଷିପ୍ରତା ପୂର୍ବ ଭୂତାଣୁ ତୁଳନାରେ ୭୦ ପ୍ରତିଶତ ଅଧିକ ରହିଛି। ଏହାକୁ ଦୃଷ୍ଟିରେ ରଖି ଗତ ବୁଧବାର ଠାରୁ ସେଠାରେ ସବୁଠୁ କଠୋର ତିନିଥାକିଆ ଲକ୍‌ଡାଉନ୍‌ କଟକଣା ଆରମ୍ଭ ହୋଇଯାଇଛି। ତେବେ କୌଣସି କଳ୍ପନାତ୍ମକ ପରିଣତି ସଂପର୍କରେ ଆଶଙ୍କା କରି ଲୋକେ ଆଦୌ ବିବ୍ରତ ନହେବାକୁ ଡା. ହର୍ଷବର୍ଦ୍ଧନ ପରାମର୍ଶ କରିଛନ୍ତି। ଏବେ ୟୁକେରେ ପୁଣି କଠୋର ଲକ୍‌ଡାଉନ୍‌ ଲାଗୁ ହେଲା ପରେ ଆମ ଦେଶରେ ଲୋକେ ସେଭଳି ପରିସ୍ଥିତି ପରିକଳ୍ପନା କରି ଆଦୌ ବିବ୍ରତ ନହେବାକୁ ସେ ଆହ୍ବାନ କରିଛନ୍ତି।

The post ନୂଆ ଭୂତାଣୁ ପାଇଁ ଭୟଭୀତ ହୁଅନାହିଁ: ସ୍ବାସ୍ଥ୍ୟମନ୍ତ୍ରୀ first appeared on Sambad.



from କରୋନା – Sambad https://ift.tt/2KMfDMq