
ନୂଆଦିଲ୍ଲୀ : ଦେଶରେ କୋଭିଡ୍ ସଂକ୍ରମିତଙ୍କ ଆରୋଗ୍ୟ ହାର ୯୫ ପ୍ରତିଶତ ଛୁଇଁଛି। ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୯୮,୫୭,୦୨୯ରେ ପହଞ୍ଚିଥିବା ବେଳେ ବିଗତ ୨୪ ଘଣ୍ଟା ମଧ୍ୟରେ ୩୦,୨୫୪ଟି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଦେଶରେ ଆଜି ସୁଦ୍ଧା ୯୩,୫୭,୪୬୪ ଜଣ ସଂକମଣରୁ ସୁସ୍ଥ ହୋଇଛନ୍ତି। ଏବେ ସକ୍ରିୟ ମାମଲା ସଂଖ୍ୟା ୪ ଲକ୍ଷରୁ କମ୍ ରହିଛି । କୋଭିଡ୍ ଟିକାକରଣ ପାଇଁ ମଧ୍ୟ ସରକାର ପ୍ରସ୍ତୁତି ତ୍ବରାନ୍ବିତ କରିଛନ୍ତି । ଆଗାମୀ ୬ରୁ ୮ ମାସ ମଧ୍ୟରେ ଦେଶରେ ୩୦ କୋଟି ଲୋକଙ୍କ ଟିକାକରଣ ପ୍ରକ୍ରିୟା ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
The post ଦେଶରେ ଆରୋଗ୍ୟ ହାର ୯୫% ଛୁଇଁଲା, ସକ୍ରିୟ ମାମଲା ୪ ଲକ୍ଷରୁ ତଳେ first appeared on Sambad.
from କରୋନା – Sambad https://ift.tt/3a8bayr
0 Comments