ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଞ୍ଚଳରେ ଜଣେ କଂସାବାସନ ବ୍ୟବସାୟୀଙ୍କର କରୋନାରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତାଙ୍କୁ ୬୮ ବର୍ଷ ହୋଇଥିଲା। ମୃତକ ହେଲେ ସ୍ଥାନୀୟ ପ୍ରତାପଶାସନ ପଞ୍ଚାୟତ ଅଞ୍ଚଳର ବାସିନ୍ଦା। ୧୫ ଦିନ ପୂର୍ବେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଲାଗି ତାଙ୍କୁ ଭର୍ତି କରାଯାଇଥିଲା। ଆଜି ସଂଧ୍ୟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କ ମୃତଦେହ ଗ୍ରାମକୁ ଅଣାଯାଇ ପରେ ସତ୍କାର ପାଇଁ ପୁରୀ ସ୍ବର୍ଗଦ୍ବାର ନିଆଯାଇଥିଲା। ଅନ୍ୟପକ୍ଷରେ ସଂପୃକ୍ତ ବ୍ୟକ୍ତି ମୂତ୍ରାଶୟ ରୋଗ ହୃଦ୍‌ଘାତରେ ପୀଡ଼ିତ ଥିଲେ। ଦୁଇ ସପ୍ତାହ ପୂର୍ବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇପଡ଼ିବାରୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅପରପକ୍ଷରେ ନିୟମିତ ବ୍ୟବଧାନରେ ବାଲିଅନ୍ତା ବ୍ଲକ ଅଞ୍ଚଳରେ କୋଭିଡ୍‌ ପରୀକ୍ଷା ହେଉଥିଲେ ହେଁ ପଜିଟିଭଙ୍କ ସଂପର୍କରେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଉନଥିବା ଅଭିଯୋଗ ହେଉଛି। ଏଦିଗରେ ହସ୍ପିଟାଲ, ବ୍ଲକ ଓ ତହସିଲ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

The post କରୋନାରେ ବ୍ୟବସାୟୀଙ୍କ ମୃତ୍ୟୁ ସନ୍ଦେହ first appeared on Sambad.



from କରୋନା – Sambad https://ift.tt/38fZvez