ୱାସିଂଟନ : ତିନି ତିନିଟି ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ହାସଲ କରିଥିବା ଫାଇଜର ଟିକାକୁ ଏବେ ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହେବାକୁ ପଡ଼ିବ। କାରଣ ମଡର୍ଣ୍ଣା କମ୍ପାନି ଦ୍ବାରା ବିକଶିତ ଟିକାକୁ ଖୁବ୍‌ ଶୀଘ୍ର ଆମେରିକାର ସ୍ବୀକୃତି ମିଳିବାକୁ ଥିବା ବେଳେ ରୁଷୀୟ ଟିକା ସ୍ପୁଟନିକ୍‌-ଭି ମନୁଷ୍ୟ ଶରୀରରେ ଦୀର୍ଘ ଦୁଇ ବର୍ଷ ଯାଏ ରୋଗପ୍ରତିରୋଧକତା ବିକଶିତ କରିପାରିବ ବୋଲି ଜଣାଯାଇଛି। ଫାଇଜର ଓ ଅନ୍ୟାନ୍ୟ ଟିକା ମାତ୍ର ୪ରୁ ୬ ମାସ ଯାଏ ରୋଗପ୍ରତିରୋଧକତା ସୃଷ୍ଟି କରି ପାରୁଥିବା ବେଳେ ସ୍ପୁଟନିକ୍‌-ଭି ଦୀର୍ଘ ଦୁଇ ବର୍ଷ କାଳ ରୋଗପ୍ରତିରୋଧକତା ବିକଶିତ କରିପାରିବ ବୋଲି ଏହାର ନିର୍ମାତା ଗମାଲେଇ ପ୍ରତିଷ୍ଠାନ ପକ୍ଷରୁ ଦାବି କରାଯାଇଛି।

ସ୍ପୁଟନିକ୍‌-ଭିର ଏହି ସଦ୍ୟ ଉପଲବ୍‌ଧି ଭାରତ ପାଇଁ ଖୁସି ଖବର ଆଣିବ ନିଶ୍ଚୟ। କାରଣ ଫାଇଜର ଟିକାର ଅଧିକ ଦର ଭାରତରେ ସ୍ପୁଟନିକ୍‌-ଭିର ବ୍ୟବହାରକୁ ଶ୍ରେଷ୍ଠ ବିକଳ୍ପ ଭାବେ ବିଚାର କରାଯାଇପାରେ। ଅନ୍ୟ ଏକ ଘଟଣାକ୍ରମରେ ମଡର୍ଣା ଟିକାର ଫଳପ୍ରଦତା ଉପରେ ଆମେରିକାର ଖାଦ୍ୟ ଓ ଭେଷଜ ପ୍ରଶାସନ ମଙ୍ଗଳବାର ସନ୍ତୋଷ ଜାହିର କରିଛନ୍ତି। ସୁତରାଂ ଆଗାମୀ ସପ୍ତାହ ଭିତରେ ଆମେରିକାରେ ଏହାର ବ୍ୟବହାରକୁ ସବୁଜ ସଂକେତ ମିଳିପାରେ।

The post ମଡର୍ଣ୍ଣା ଟିକାକୁ ମିଳିବ ଆମେରିକୀୟ ସ୍ବୀକୃତି first appeared on Sambad.



from କରୋନା – Sambad https://ift.tt/37qhdwv