ନୂଆଦିଲ୍ଲୀ : କରୋନା ଭାଇରସ ପାଇଁ ଭାରତ ସରକାର ଏକ ବିଶାଳ ଟିକାକରଣ କାର୍ଯ୍ୟକ୍ରମର ଯୋଜନା କରୁଛନ୍ତି । ତେବେ ଏକ ଅଟକଳ ଅନୁସାରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ଭାରତ ସରକାରଙ୍କୁ ପ୍ରାୟ ୧.୪ ବିଲିୟନ ଡଲାରରୁ ୧.୮ ବିଲିୟନ ଡଲାର ( ପ୍ରାୟ ୧୦ ହଜାରରୁ ୧୩ ହଜାର କୋଟି ଟଙ୍କା) ବ୍ୟୟକରିବାକୁ ପଡ଼ିପାରେ ।

ଗାଭି ଭାକ୍ସିନ ଆଲାୟାନ୍ସର ଅଟକଳ ଅନୁସାରେ ଅନ୍ତର୍ଜାତୀୟ ଟିକା ଆବଣ୍ଟନ ସ୍କିମ ଦ୍ବାରା ସହାୟତା ପରେ ବି ଭାରତକୁ ଏହି ରାଶି ବ୍ୟୟ କରିବାକୁ ପଡ଼ିପାରେ ।

ଆମେରିକା ପରେ ବିଶ୍ବର ୨ୟ ସର୍ବାଧିକ କରୋନା ଆକ୍ରାନ୍ତ ଥିବା ଭାରତରେ ଆସନ୍ତା ୬ରୁ ୮ ମାସ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଟିକା ଦିଆଯିବ । 

ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨୬,୩୮୨ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ଭାରତରେ ସମୁଦାୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୯.୩୨ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୬,୩୮୨ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩୮୭ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧୪୪, ୦୯୬ରେ ପହଞ୍ଚିଛି। ସେହିଭଳି, ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୯,୩୨,୫୪୮ରେ ପହଞ୍ଚିଛି। ଗତକାଲିର ସଂକ୍ରମଣ ସଂଖ୍ୟା ଠାରୁ ଆଜିର ସଂକ୍ରମଣ ସଂଖ୍ୟା ପ୍ରାୟ ୨୦% ଅଧିକ।

The post କରୋନା ଟିକାକରଣ ପାଇଁ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୧୩ ହଜାର କୋଟି ବ୍ୟୟ କରିବାକୁ ପଡ଼ିପାରେ first appeared on Sambad.



from କରୋନା – Sambad https://ift.tt/2Wp7aBm