
ନୂଆଦିଲ୍ଲୀ: ବ୍ରିଟେନ୍ରେ ଦେଖାଦେଇଥିବା ନୂଆ ପ୍ରଜାତିର ଅଧିକ ସଂକ୍ରମଣକ୍ଷମ ରୂପାନ୍ତରିତ କରୋନାଭୂତାଣୁ ପାଇଁ ଭୟଭୀତ ନ ହେବାକୁ ସରକାର ଯେତେ ପରାମର୍ଶ କଲେ ବି ସାଧାରଣ ଲୋକଙ୍କ ମନ ମାନୁନାହିଁ। ଏହି ନୂଆ ଧରଣର କରୋନାଭୂତାଣୁ ସମ୍ପର୍କରେ ସବିଶେଷ ତଥ୍ୟ ଉପଲବ୍ଧ ନଥିବାରୁ ତାହା ଅଧିକ ଆତଙ୍କ ସୃଷ୍ଟି କରି ଚାଲିଛି। ଅପରପକ୍ଷେ, ୟୁକେରୁ ଭାରତ ଆସିଥିବା ୩୦ରୁ ଅଧିକ ବିମାନଯାତ୍ରୀଙ୍କ ଠାରେ କରୋନା ପଜିଟିଭ୍ ବାହାରିଥିବା ଘଟଣା ଲୋକଙ୍କ ମନରେ ଭୟର ମାତ୍ରାକୁ ଢେର ବଢ଼ାଇଦେଇଛି। ତେବେ ଭାରତକୁ ଏହି ନୂଆ ପ୍ରଜାତିର କରୋନାଭୂତାଣୁ ପ୍ରବେଶ କରିଛି କି ନାହିଁ ତାହା ଏହି ଯାତ୍ରୀଙ୍କ ଠାରେ ଦେଖାଦେଇଥିବା କରୋନାଭୂତାଣୁର ଜୈବିକ ଅନୁକ୍ରମ ହିଁ ସ୍ପଷ୍ଟ କରାଇବ ବୋଲି ଜଣାଯାଇଛି। ସର୍ବୋପରି ଲୋକେ ସାବଧାନ ରହିବା ସହ ଉଡ଼ାକଥାରେ ବିବ୍ରତ ନହେବାକୁ ବିଶେଷଜ୍ଞ ଡାକ୍ତରମାନେ ପରାମର୍ଶ କରିଛନ୍ତି। ତାହା ଦ୍ବାରା ଅଯଥାରେ ଉତ୍କଣ୍ଠା ବଢ଼ିବା ସହ ମାନସିକ ଅସନ୍ତୁଳନ ଦେଖାଦେବ ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି।
ନୂଆ କରୋନାଭାଇରସ୍ ଯେତେ କ୍ଷତିକାରଣ ହେଉ ଥାଉନା କାହିଁକି, ସମ୍ପ୍ରତି ମାସ୍କ ପିନ୍ଧିବା, ହାତ ସାନିଟାଇଜ୍ କରିବା ଓ ସାମାଜିକ ଦୂରତ୍ବ ଅବଲମ୍ବନ କରିବା ଭଳି ଜାରି ରହିଥିବା ସତର୍କତାମୂଳକ ପଦକ୍ଷେପଗୁଡ଼ିକ ଯଥେଷ୍ଟ ହେବ ବୋଲି ହିନ୍ଦୁଜା ଡାକ୍ତରଖାନାର ଫୁସ୍ଫୁସ୍ ବିଶେଷଜ୍ଞ ଡା. ଲାନ୍ସେଲଟ୍ ପିଣ୍ଟୋ କହିଛନ୍ତି। ଭାରଇସ୍ର ଲକ୍ଷଣ ଓ ଗତିବିଧିକୁ ନିରନ୍ତର ବିଶ୍ଳେଷଣ କରି ତଦନୁସାରେ ପ୍ରତିରୋଧକତା ପନ୍ଥା ବାହାର କରିବାକୁ ହେବ ବୋଲି ସେ କହିଛନ୍ତି।
The post ଜାରି ରହିଥିବା ସତର୍କତା ନୂଆ କରୋନାଭୂତାଣୁ ପାଇଁ ଯଥେଷ୍ଟ first appeared on Sambad.
from କରୋନା – Sambad https://ift.tt/3rrezyp
0 Comments