ଖୋର୍ଦ୍ଧା: କରୋନା ସମୟରେ ନିଜ କର୍ତବ୍ୟ ପାଳନ କରୁଥିବା ବେଳେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ମୃତ୍ୟୁ ଘଟିଥିବା ଚାରି ଜଣ କୋଭିଡ୍‌ ଯୋଦ୍ଧାଙ୍କୁ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୨ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି ।

ଆଜି ଜିଲ୍ଲାପାଳ ସନତ କୁମାର ମହାନ୍ତି ଏନେଇ ସୂଚନା ଦେଇ କହିଛନ୍ତିି ଯେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସୁପାରିଶ କ୍ରମେ ବାଣପୁର ପୁଲିସ୍‌ ଥାନାର ଏଏସ୍‌ଆଇ ମୂରଲୀଧର ବଳିଆରସିଂହଙ୍କ ପତ୍ନୀ ମଂଜୁଲତା ବଳିଆରସିଂହଙ୍କୁ ୫୦ଲକ୍ଷ ଟଙ୍କା, ସେହିଭଳି ଭୁବନେଶ୍ୱର ରିଜର୍ଭ ବାଟାଲିଅନ୍ର କନଷ୍ଟେବଲ ଆଶିଷ କୁମାର ମହାକୁଳଙ୍କ ପତ୍ନୀ ମାନସୀ ମହାକୁଳଙ୍କୁ ୫୦ଲକ୍ଷ ଟଙ୍କା, ବାଲିଅନ୍ତା ବ୍ଲକ ବଇଁଚୁଆ ପଂଚାୟତର ସରପଂଚ ବିଜୟ କୁମାର ସାହୁଙ୍କ ପତ୍ନୀ ବିଜୁଳିବତୀ ସାହୁ ଓ ବାଲୁଗାଁ ଏନ୍‌ଏସିର ଚାଳକ କବୀନ୍ଦ୍ର କୁମାର ଜାଲିଙ୍କ ପତ୍ନୀ ଜ୍ୟୋର୍ତିମୟୀ ଜାଲିଙ୍କୁ ୫୦ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଇଛି। ଏହି ଅର୍ଥ ସେମାନଙ୍କ ବ୍ୟାଙ୍କ ଆକାଉଂଟ୍‌କୁ ପଠାଇବାର ବ୍ୟବସ୍ଥା କରାଯାଇଛି।

The post ଚାରି ମୃତ କୋଭିଡ ଯୋଦ୍ଧାଙ୍କ ପରିବାରକୁ ୨ କୋଟି ଟଙ୍କା ସହାୟତା first appeared on Sambad.



from କରୋନା – Sambad https://ift.tt/3aGrxCD