
ନୂଆଦିଲ୍ଲୀ : ଆସନ୍ତା ବର୍ଷରୁ ପୁଣେ ସ୍ଥିତ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ମାସକୁ କୋଭିଡ୍ ଟିକାର ୧୦ କୋଟି ମାତ୍ରା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି ବୋଲି ଏହାର ମୁଖ୍ୟ ଆଦର ପୁନାଵାଲା କହିଛନ୍ତି। ସମ୍ପ୍ରତି ଏହି ଟିକା ନିର୍ମାଣକାରୀ କମ୍ପାନି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ବିକଶିତ ତଥା ଆଷ୍ଟ୍ରାଜେନେକା କମ୍ପାନି ଦ୍ବାରା ପ୍ରସ୍ତୁତ ଏଜେଡ୍ଡି-୧୨୨୨ ନାମକ କୋଭିଡ୍ ଟିକାକୁ ନିମ୍ନ ଏବଂ ମଧ୍ୟମ ଆୟବର୍ଗ ଦେଶମାନଙ୍କ ପାଇଁ ପ୍ରସ୍ତୁତ କରୁଛି। କୋଭିସିଲ୍ଡ ନାମରେ ପ୍ରସ୍ତୁତ ଏହି ନୂତନ ସଂସ୍କରଣ ଟିକାର ଏବେ ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଭାରତରେ ଜାରି ରହିଛି। ପୁନାଵାଲାଙ୍କ କହିବା ଅନୁସାରେ, ବର୍ତ୍ତମାନ ତାଙ୍କ କମ୍ପାନି ବର୍ଷକୁ ୧୫୦ କୋଟି ମାତ୍ରା ପ୍ରସ୍ତୁତ କରିବାକୁ ସକ୍ଷମ ଥିବା ବେଳେ ୨୦୨୧ ମସିହା ଶେଷ ସୁଦ୍ଧା ସେମାନେ ବର୍ଷକୁ ୨୫୦ କୋଟି ମାତ୍ରା ପ୍ରସ୍ତୁତ କରିବାକୁ ଆଶା ରଖିଛନ୍ତି। ସେହିପରି ହାରାହାରି ୭୦ ପ୍ରତିଶତ ଫଳପ୍ରଦତା ପ୍ରମାଣିତ କରିଥିବା ଉକ୍ତ ଟିକାର ଭାରତରେ ଜରୁରୀକାଳୀନ ବ୍ୟବବହାର ପାଇଁ ଅନୁମତି ଲୋଡ଼ା ଯାଇଥିବା ସେ ସୂଚନା ଦେଇଛନ୍ତି। ପ୍ରଥମେ ଭାରତରେ ବିତରଣ ହେବାକୁ ଥିବା ଏହି ଟିକା ୨ରୁ ୮ ଡିଗ୍ରି ସେଲସିଅସ ତାପମାତ୍ରା ଭିତରେ ସଂରକ୍ଷିତ ରହିପାରୁଥିବାରୁ ଏହାକୁ ଉଭୟ ସହର ଓ ଗ୍ରାମାଞ୍ଚଳରେ ଯୋଗାଣ କରିବା ସହଜ ବୋଲି ସେ କହିଛନ୍ତି।
ଭାରତର ସ୍ବଦେଶୀ ଏମ୍ଆର୍ଏନ୍ଏ ଟିକାର ମାନବୀୟ ପରୀକ୍ଷଣ ପାଇଁ ମଂଜୁରି
ନୂଆଦିଲ୍ଲୀ : ଦେଶରେ ପ୍ରଥମ ସ୍ବଦେଶୀ ଏମ୍ଆରଏନ୍ଏ ଟିକାର ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ ମାନବୀୟ ପରୀକ୍ଷଣ ପାଇଁ ଡିସିଜିଆଇ ସର୍ତ୍ତମୂଳକ ମଂଜୁରି ପ୍ରଦାନ କରିଛନ୍ତି। ପୁନେର କମ୍ପାନି ଜିନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ ଦ୍ବାରା ପ୍ରସ୍ତୁତ ଏମ୍ଆରଏନ୍ଏ ଟିକା- ଏଚ୍ଜିସିଓ୧୯ର ମାନବୀୟ ପରୀକ୍ଷଣ ପାଇଁ ଏସ୍ଇସି (ସବ୍ଜେକ୍ଟ ଏକ୍ସପର୍ଟ୍ କମିଟି) ପକ୍ଷରୁ ସୁପାରିସ ହେବାପରେ ଡିସିଜିଆଇ ଏଥିପାଇଁ ସର୍ତ୍ତମୂଳକ ସ୍ବୀକୃତି ପ୍ରଦାନ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ କମିଟି ନିକଟରେ ଦାଖଲ ହେବାପରେ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ସର୍ତ୍ତ ରହିଛି।
The post ସିରମ୍ ଇନ୍ଷ୍ଟିଚ୍ୟୁଟ୍ ମାସକୁ ଟିକାର ୧୦ କୋଟି ମାତ୍ରା ପ୍ରସ୍ତୁତ କରିବ first appeared on Sambad.
from କରୋନା – Sambad https://ift.tt/39XLeWe
0 Comments