
ନୂଆଦିଲ୍ଲୀ: କରୋନାଭୂତାଣୁ ଜନିତ ସଂକଟ କେବେ ଶେଷ ମହାମାରୀ ନୁହେଁ। ଯେ ପର୍ଯ୍ୟନ୍ତ ଜଳବାୟୁ ପରିବର୍ତ୍ତନ ଓ ଜୀବଜନ୍ତୁଙ୍କ ମଙ୍ଗଳ ସାଧନ ପାଇଁ ଆଶାନୁରୂପ ଉଦ୍ୟମ କାର୍ଯ୍ୟକାରୀ ନ ହୋଇଛି, ସେଯାଏ ମାନବ ଜାତିର ସ୍ବାସ୍ଥ୍ୟ ସେବା ଫିକା ହୋଇ ରହିଥିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ମୁଖ୍ୟ ଟେଡ୍ରସ ଆଧାନମ୍ ଘେବ୍ରେୟେସସ୍ ସତର୍କ କରାଇ ଦେଇଛନ୍ତି। କେବଳ କୌଣସି ସଂକ୍ରମଣ ଜାଣିଲା ମାତ୍ରେ ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରିଦେଇ ପରବର୍ତ୍ତୀ ଅଘଟନ ପାଇଁ ପ୍ରସ୍ତୁତ ନହେବା ହିଁ ବିପଜ୍ଜନକ ଭାବେ ଅପରିଣାମଦର୍ଶିତା ବୋଲି ସେ ରବିବାର ପ୍ରଥମ ଆନ୍ତର୍ଜାତିକ ମହାମାରୀ ପ୍ରସ୍ତୁତି ତତ୍ପରତା ଦିବସରେ ଏକ ଭିଡିଓ ବାର୍ତ୍ତାରେ ଜଣାଇଛନ୍ତି। ମହାମାରୀ ହେଉଛି ଜୀବନର ଅନ୍ୟତମ ସତ୍ୟତା ଏବଂ କରୋନାଭୂତାଣୁ ଜନିତ ମହାମାରୀ କେବେ ଶେଷ ନୁହେଁ। ଅପରପକ୍ଷେ, ଏହି ମହାମାରୀ ମଧ୍ୟ ମାନବ ସମାଜ, ଜୀବଜନ୍ତୁ ଓ ପ୍ରକୃତିର ସ୍ବାସ୍ଥ୍ୟ ମଧ୍ୟରେ ଥିବା ଅଦେଖା ସମ୍ପର୍କକୁ ପଦାରେ ପକାଇଛି। ଏଥିରୁ ମୁକୁଳିବା ପାଇଁ ପ୍ରତ୍ୟେକ ଦେଶ ଏ ଦିଗରେ ପୁଞ୍ଜି ନିବେଶ କରିବା ଜରୁରୀ ବୋଲି ସେ ପରାମର୍ଶ କରିଛନ୍ତି।
The post କରୋନାଭୂତାଣୁ ସଂକଟ ଶେଷ ମହାମାରୀ ନୁହେଁ: ‘ହୁ’ ମୁଖ୍ୟ first appeared on Sambad.
from କରୋନା – Sambad https://ift.tt/3hoG5YI
0 Comments