ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ମାମଲା ୯୫ ଲକ୍ଷ ୭୧ ହଜାର ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୬,୫୯୫ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୫୪୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୯୫ ଲକ୍ଷ ୭୧ ହଜାର ୫୫୯ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୧ ଲକ୍ଷ ୩୯ ହଜାର ୧୮୮କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ଆରୋଗ୍ୟଙ୍କ ସଂଖ୍ୟା ୯୦ ଲକ୍ଷ ୧୬ ହଜାର ୨୮୯ରେ ପହଞ୍ଚିଛି। ଆରୋଗ୍ୟ ହାର ୯୪.୨୦ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁହାର ୧.୪୫ ପ୍ରତିଶତକୁ କମି ଆସିଛି। ଦେଶରେ ସକ୍ରିୟ ମାମଲା ଲଗାତାର ଭାବେ ୫ ଲକ୍ଷରୁ କମ୍‌ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୧ ଲକ୍ଷ ୧୭ ହଜାର ୧୦୨ ନମୁନା ପରୀକ୍ଷା ହୋଇଛି।

The post ଦେଶରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୯୦ ଲକ୍ଷ ଟପିଲା first appeared on Sambad.



from କରୋନା – Sambad https://ift.tt/2VBgS3v