
ନୂଆଦିଲ୍ଲୀ : ଦେଶରେ କୋଭିଡ୍ ଟିକାକରଣ ସଂକ୍ରାନ୍ତ ଆଲୋଚନା ପାଇଁ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ କଂଗ୍ରେସ ଅଭିଯୋଗ କରିଛି ଯେ, ଦେଶର ଗରିବ ଜନସାଧାରଣଙ୍କ ପାଇଁ ଏବଂ ଯେଉଁମାନେ ଆଗଧାଡ଼ିର ଯୋଦ୍ଧା ନୁହନ୍ତି ସେମାନଙ୍କ ପାଇଁ ସରକାରଙ୍କର କୌଣସି ମାର୍ଗଦର୍ଶିକା ନାହିଁ। ଯେଉଁମାନଙ୍କୁ ଟିକା ଆବଶ୍ୟକ ସେମାନେ ଟିକା ପାଇବେ ବୋଲି ସରକାର ପୁଣି ଦୋହରାଇଛନ୍ତି। କିନ୍ତୁ ଏହି ନିଷ୍ପତ୍ତି କିଏ ନେବେ ? ଗରିବଙ୍କୁ କିଭଳି ଟିକା ଦିଆଯିବ ସେ ସଂକ୍ରାନ୍ତରେ କୌଣସି ଆଲେଚନା ହୋଇନି ବୋଲି କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ କହିଛନ୍ତି।
The post ଗରିବଙ୍କ ପାଇଁ ସରକାରଙ୍କର କୌଣସି ଟିକା ମାର୍ଗଦର୍ଶିକା ନାହିଁ: କଂଗ୍ରେସ first appeared on Sambad.
from କରୋନା – Sambad https://ift.tt/3gekFxe
0 Comments