
ନୂଆଦିଲ୍ଲୀ : ଦେଶରେ ୩୬ ହଜାର ୬୫୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୫୧୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମୋଟ୍ ସଂକ୍ରମଣ ମାମଲା ୯୬ ଲକ୍ଷ ୮ ହଜାର ୨୧୧ ରେ ପହଞ୍ଚିଛି ଏବଂ ୧ ଲକ୍ଷ ୩୯ ହଜାର ୭୦୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୃତ୍ୟୁହାର ୧.୪୫ ପ୍ରତିଶତକୁ କମିଯାଇଛି। ଗତ ୮ ଦିନ ଧରି ଦେଶରେ ସକ୍ରିୟ ମାମଲାଠାରୁ ଆରୋଗ୍ୟଙ୍କ ସଂଖ୍ୟା ଅଧିକ ରହୁଛି। ସକ୍ରିୟ ମାମଲା ୪ ଲକ୍ଷ ୧୦ ହଜାରରୁ କମ୍ ରହିଛି। ତେବେ ୧୩୬ ଦିନରେ ଦେଶରେ ଏହା ସବୁଠୁ କମ୍ ସକ୍ରିୟ ମାମଲା। ମୋଟ୍ ୪ ଲକ୍ଷ ୯ ହଜାର ୬୮୯ ସକ୍ରିୟ ମାମଲା ରହିଛି। ଏହା ୧୩୬ ଦିନରେ ସବୁଠୁ କମ୍ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଦେଶର ସକ୍ରିୟ ମାମଲା ଏବେ ମୋଟ୍ ପଜିଟିଭ୍ ମାମଲାର ମାତ୍ର ୪.୨୬ ପ୍ରତିଶତ। ଅନ୍ୟପକ୍ଷେ ଆରୋଗ୍ୟ ହାର ୯୪.୨୮ ପ୍ରତିଶତକୁ ବୃଦ୍ଧି ପାଇଛି।
The post ୩୬ ହଜାର ନୂଆ ସଂକ୍ରମଣ: ୧୩୬ ଦିନରେ ଦେଶରେ ସବୁଠୁ କମ୍ ସକ୍ରିୟ ମାମଲା first appeared on Sambad.
from କରୋନା – Sambad https://ift.tt/3mOOJSf
0 Comments