ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୩୬,୬୦୪ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ଭାରତରେ ସମୁଦାୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯.୫ ନିୟୁତ ନିକଟବର୍ତ୍ତୀ ହେଉଛି। ମଙ୍ଗଳବାର ଠାରୁ ଆଜି ରେକର୍ଡ କରାଯାଇଥିବା ସଂକ୍ରମଣ ସଂଖ୍ୟା ୧୭%ରୁ ଅଧିକ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୮,୭୭୨ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୫୦୧ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ ସଂକ୍ରମଣ ମାମଲା ୯,୪୯୯,୪୧୩ ଓ ମୃତ୍ୟୁସଂଖ୍ୟା ୧୩୮, ୧୨୨ରେ ପହଞ୍ଚିଛି।

Image Courtesy of Hindustan Times

ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସିତ ହୋଇ ଫେରିଥିବା ୪୩ ହଜାରରୁ ଅଧିକ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ୮୯, ୩୨, ୬୪୭ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରେକର୍ଡ ଅନୁସାରେ, ସମ୍ପ୍ରତି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪୨୮, ୬୪୪।

ବୁଧବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ଗତ ୧୦ ଦିନ ଧରି ଭାରତରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ମାମଲା ୫୦, ୦୦୦ରୁ କମ୍‌ ରହୁଛି।

The post ୨୪ ଘଣ୍ଟା ମଧ୍ୟରେ ୩୬,୬୦୪ ନୂଆ ସଂକ୍ରମଣ ସହ ୯.୫ ନିୟୁତ ନିକଟତର ହେଉଛି ଦେଶରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା first appeared on Sambad.



from କରୋନା – Sambad https://ift.tt/3qmuwp5