ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ନୂଆ କରୋନା ସଂକ୍ରମିତଙ୍କ ରେକର୍ଡ ହସ୍ତଗତ ହୋଇଛି। ଏହି ୨୪ ଘଣ୍ଟା ମଧ୍ୟରେ ପୁଣି ୩୨ ହଜାର ୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୭ ଲକ୍ଷ ୩୫ ହଜାର ୮୫୦ ଛୁଇଁଛି। ଏଣେ କରୋନାରେ ପୁଣି ୪୦୨ ଜଣଙ୍କର ମୃତ୍ୟୁ ଘଟି ସମୁଦାୟ ମୃତକଙ୍କ ସଂଖ୍ୟା ୧୧ ଲକ୍ଷ ୪୧ ହଜାର ୩୬୦ ଛୁଇଁଛି। ଏବେ ସୁଦ୍ଧା ସୁୁସ୍ଥ ହୋଇ ସାରିଲେଣି ୯୨ ଲକ୍ଷ ୧୫ ହଜାର ୫୮୧ ଜଣ ଓ ସକ୍ରିିୟ ଅଛନ୍ତି ୩ ଲକ୍ଷ ୭୮ ହଜାର ୯୦୯ ଜଣ। ଏସବୁ ରିପୋର୍ଟ କେନ୍ଦ୍ର ସ୍ବ‌ାସ୍ଥ୍ୟ ଓ ପରିିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଛି।

 

ଏପଟେ ଆଇସିଏମ୍‌ଆର୍‌ ଦେଇଥିବା ରିପୋର୍ଟ ମୁତାବକ ଏବେ ସୁଦ୍ଧା ସମୁଦ‌ାୟ ୧୪ କୋଟି ୯୮ ଲକ୍ଷ ୩୬ ହଜାର ୭୬୭ କରୋନା ନମୁନା ପରୀକ୍ଷା ହୋଇ ସାରିଲାଣି। କେବଳ ଗତକାଲି ୧୦ ଲକ୍ଷ ୨୨ ହଜାର ୭୧୨ ନମୁନା ପରୀକ୍ଷା ହୋଇଥିବା ସୂଚନା ରହିଛି।

The post ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୩୨ ହଜାର ୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ, ୪୦୨ ମୃତ first appeared on Sambad.



from କରୋନା – Sambad https://ift.tt/3lXsR63