ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୨୪,୦୧୦ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ଭାରତରେ ସମୁଦାୟ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୯.୫ ନିୟୁତରେ ପହଞ୍ଚିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୪,୦୧୦ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୩୫୫ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧୪୪, ୪୫୧ରେ ପହଞ୍ଚିଛି। ସେହିଭଳି, ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୯,୫୬,୫୫୮ରେ ପହଞ୍ଚିଛି।
୨୪ ଘଣ୍ଟା ମଧ୍ୟରେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୨,୩୬୬କୁ ହ୍ରାସ ପାଇଛି। ତେଣୁ ଦେଶରେ ରିପୋର୍ଟ ହୋଇଥିବା ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ଠାରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩.୩୪%କୁ ହ୍ରାସ ପାଇଥିବା କଥା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ପ୍ରକାଶ।
୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇ ଫେରିଥିବା ୩୨,୨୯୧ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୯୪, ୮୯, ୭୪୦।
ଗତ ୧୭ ଦିନ ମଧ୍ୟରେ ଭାରତ ୪୦ ହଜାରରୁ କମ୍ ଦୈନିକ ସଂକ୍ରମଣ ରେକର୍ଡ କରିଛି। ସେହିପରି ଗତ ସାତ ଦିନ ମଧ୍ୟରେ ପ୍ରତି ନିୟୁତ ଜନସଂଖ୍ୟା ଆଧାରରେ ନୂତନ ସଂକ୍ରମଣ ସଂଖ୍ୟା ୧୪୭କୁ ହ୍ରାସ ପାଇଛି। ଏହା ସମଗ୍ର ବିଶ୍ୱରେ ସର୍ବନିମ୍ନ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି।
The post ୨୪ ଘଣ୍ଟା ମଧ୍ୟରେ ୨୪,୦୧୦ ନୂଆ ସଂକ୍ରମଣ ସହ ୯.୫ ନିୟୁତରେ ପହଞ୍ଚିଲା କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା first appeared on Sambad.
from କରୋନା – Sambad https://ift.tt/34lXk7N
0 Comments