ନୂଆଦିଲ୍ଲୀ: ବୋଷ୍ଟନ୍‌ରେ ମଡର୍ଣ୍ଣା ଟିକା ନେଇଥିବା ଜଣେ ଆମେରିକା ଡାକ୍ତରଙ୍କ ଶରୀରରେ ସାଂଘାତିକ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ ବୋଷ୍ଟନ୍‌ ମେଡିକାଲ୍‌ ସେଣ୍ଟର୍‌ର ଡାକ୍ତର ହୋସିନ୍‌ ସାଦର୍‌ଜଡେହ୍‌ କହିଛନ୍ତି,ସେ ଟିକା ନେବାପରେ ତାଙ୍କ ଶରୀରରେ ସାଂଘାତିକ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଟିକା ନେବାପରେ ‌‌ତାଙ୍କ ହୃଦ୍‌ପିଣ୍ଡରେ ରକ୍ତ ସଞ୍ଚାଳନ ହଠାତ୍‌ ବଢ଼ି ଯାଇଥିଲା ଏବଂ ତାଙ୍କର ନିଜ ଉପରେ ନିୟନ୍ତ୍ରଣ ରହିନଥିଲା।‌ ସେ ପ୍ରାୟ ସମୟରେ ନିସ୍ତେଜ ରହୁଥିଲେ ବୋଲି କହିଛନ୍ତି। ମଡର୍ଣ୍ଣା ଟିକାର ଏହା ପ୍ରଥମ ସାଂଘାତିକ ପାଶ୍ବ ପ୍ରତିକ୍ରିୟା। ଉକ୍ତ ଡାକ୍ତରଙ୍କୁ ଏକ ‌ଏମର୍ଜେନ୍ସି ବିଭାଗରେ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଜଣାପଡ଼ିଛି।

The post ମଡର୍ଣ୍ଣା ଟିକା‌ ନେଇଥିବା ଆମେରିକା ଡାକ୍ତରଙ୍କଠାରେ ସାଂଘାତିକ ପାର୍ଶ୍ବ ପ୍ରତିକ୍ରିୟା first appeared on Sambad.



from କରୋନା – Sambad https://ift.tt/3hwzTON