ଭୁବନେଶ୍ୱର: ସେବାୟତ ଓ ତାଙ୍କର ପରବାର ଲୋକଙ୍କ ପାଇଁ ୨୭ ତାରିଖ (ରବିବାର) ଠାରୁ ଖୋଲିବ ଲିଙ୍ଗରାଜଙ୍କ ମନ୍ଦିର। ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ସେବାୟତ ଓ ତାଙ୍କ ପରିବାର ଲୋକେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ।

ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ୨୦୨୧ ଜାନୁଆରି ୧ ଓ ୨ ତାରିଖରେ ବନ୍ଦ ରହିବ। ଜାନୁଆରି ୩ରୁ ୫ କେବଳ ଭୁବନେଶ୍ୱରବାସୀ ଦର୍ଶନ କରିପାରିବେ। କିନ୍ତୁ ୫ ଦିନ ଭିତରେ କୋଭିଡ ନେଗେଟିଭ ରିପୋର୍ଟ ଆସିଥିଲେ ସେଭଳି ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ମନ୍ଦିର ଭିତରକୁ ଛଡ଼ାଯିବ।

ସେହିଭଳି ଜାନୁଆରି ୬ ତାରିଖ ଠାରୁ ସବୁ ଭକ୍ତ ଓ ପର୍ଯ୍ୟଟକ ଲିଙ୍ଗରାଜ ମନ୍ଦିରକୁ ଯାଇପାରିବେ। କିନ୍ତୁ ଜାନୁଆରି ମାସରେ ଗର୍ଭଗୃହ ଦର୍ଶନ ହୋଇପାରିବ ନାହିଁ। ଏକାମ୍ର କ୍ଷେତ୍ର (୬୫ଏକର)ର ବିକାଶ ପାଇଁ ଚଳିତ ବର୍ଷ ବଜେଟରେ ରହିଛି ୧୫୦ କୋଟି ଟଙ୍କା। ମୋଟ ୭୦୦ କୋଟି ଟଙ୍କା ଖର୍ଚ୍ଚ ହେବ।

The post ୨୭ରୁ ସେବାୟତ ଓ ତାଙ୍କର ପରିବାର ଲୋକ କରିବେ ମହାପ୍ରଭୁଙ୍କ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ first appeared on Sambad.



from କରୋନା – Sambad https://ift.tt/3aFOwOh