ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୨୨,୮୮୯ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ଭାରତରେ ସମୁଦାୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯.୯ ନିୟୁତରେ ପହଞ୍ଚିଛି। ଗତକାଲି ଅପେକ୍ଷା ଆଜିର ନୂତନ ସଂକ୍ରମଣ ହାର ୪.୬%କୁ ହ୍ରାସ ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୨,୮୮୯ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩୩୮ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧୪୪, ୭୮୯ରେ ପହଞ୍ଚିଛି। ସେହିଭଳି, ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୯,୭୯,୪୪୭ରେ ପହଞ୍ଚିଛି।

Image Courtesy of Hindustan Times

୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇ ଫେରିଥିବା ୩୧,୦୮୭ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୯୫, ୨୦, ୮୨୭। ତେଣୁ ଗୁରୁବାର ଦିନ ୯୫.୩୧% ଥିବା ଜାତୀୟ ସୁସ୍ଥତା ହାର ୯୫.୪୦%କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ଏବଂ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରେ ମଧ୍ୟ ବ୍ୟବଧାନ ବଢ଼ି ସମ୍ପ୍ରତି ୯,୨୦୬,୯୯୬ରେ ରହିଛି।

ସ୍ୱାସ୍ଥ୍ୟମନ୍ତ୍ରାଳୟ କହିବା ଅନୁସାରେ, ସମ୍ପ୍ରତି ଭାରତର କୋଭିଡ୍‌-୧୯ ସୁସ୍ଥତା ହାର ବିଶ୍ୱରେ ସର୍ବାଧିକ। ବୈଶ୍ୱିକ ସୁସ୍ଥତା ହାର ୭୦.୨୭% ଥିବା ବେଳେ ଭାରତରେ ସୁସ୍ଥତା ୯୫.୩୧% ରହିଛି। ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ୍‌, ରୁଷ୍‌ ଏବଂ ଇଟାଲିରେ ମଧ୍ୟ ସୁସ୍ଥତା ହାର ଖୁବ୍‌ କମ୍‌ ରହିଛି।

The post କୋଭିଡ୍‌-୧୯: ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୯.୯ ନିୟୁତ; ସୁସ୍ଥତା ସଂଖ୍ୟା ୯.୫ ନିୟୁତ first appeared on Sambad.



from କରୋନା – Sambad https://ift.tt/3muAdhC