ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୨୩,୦୬୭ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଭାରତରେ ସମୁଦାୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୧,୪୬,୮୪୬ ପହଞ୍ଚିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୩,୦୬୭ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩୩୬ ମୃତ୍ୟୁ ରେକର୍ଡ କରାଯାଇଛି। ଗତକାଲି ଠାରୁ (୨୪,୭୧୨) ଆଜିର ଆକ୍ରାନ୍ତଙ୍କ ସଂଖ୍ୟା ୬.୬% ହ୍ରାସ ପାଇଥିବା ରେକର୍ଡ କରାଯାଇଛି।

ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧୪୭, ୦୯୨ରେ ପହଞ୍ଚିଛି। ସେହିଭଳି, ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୧,୪୬,୮୪୬ରେ ପହଞ୍ଚିଛି।

Image Courtesy of Hindusatn Times

ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଥିବା ୨୪, ୬୬୧ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୯୭, ୧୭, ୮୩୪।

ଏହାଛଡ଼ା, ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨,୮୧,୯୧୯ ।

ଦେଶର କେରଳ ରାଜ୍ୟରେ ସମ୍ପ୍ରତି ସର୍ବାଧିକ ସକ୍ରିୟ ଆକ୍ରାନ୍ତ (୬୩୦୦୦) ଥିବା ଜଣାପଡ଼ିଛି।

The post ୨୩,୦୬୭ ନୂଆ ମାମଲା ସହ ୧,୦୧,୪୬,୮୪୬ ପହଞ୍ଚିଲା ଦେଶରେ ସମୁଦାୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା first appeared on Sambad.



from କରୋନା – Sambad https://ift.tt/3rs8EJD