ନୂଆଦିଲ୍ଲୀ: ବିଶ୍ବ ବ୍ୟାପୀ କରୋନାଭୂତାଣୁର ସଂକ୍ରମଣ କାବୁ ହେବାର ନାଁ ନେଉନଥିବା ବେଳେ ଏହା ସମ୍ପର୍କରେ ଦିନକୁ ଦିନ ନୂଆ ନୂଆ ସୂଚନା ମଧ୍ୟ ମିଳିବାରେ ଲାଗିଛି। କୋଭିଡ୍‌ ପୀଡ଼ିତମାନେ ଆରୋଗ୍ୟ ଲାଭ କଲା ପରେ ବି ପୁଣି ଥରେ ସଂକ୍ରମିତ ହେବାର ଅନେକ ନଜିର ରହିଛି ବୋଲି ଫର୍ଟିସ ହସ୍ପିଟାଲର ସଂକ୍ରାମକ ରୋଗ ବିଶେଷଜ୍ଞ ଡା. ଅନୀତା ମାଥ୍ୟୁ କହିଛନ୍ତି। ତେବେ ଜଣଙ୍କ ଶରୀରରେ ବିକଶିତ ହୋଇଥିବା ଆଣ୍ଟିବଡି କେତେ ଦିନ ଯାଏ ସକ୍ରିୟ ରହିପାରୁଛି ଏବଂ ତାହା ପୁନଃସଂକ୍ରମଣ ଦାଉରୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷା ଦେଇପାରିବ କି ନାହିଁ, ସେ ସମ୍ପର୍କରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଆମର ଆଣ୍ଟିବଡି ପୁନଃସଂକ୍ରମଣ ବିରୋଧରେ ସଫଳ ହେଉଥିବାର କୌଣସି ତଥ୍ୟଗତ ପ୍ରମାଣ ନଥିବାରୁ ଟିକାକରଣ ହିଁ ପରବର୍ତ୍ତୀ ପନ୍ଥା ବୋଲି ଡା. ଅନୀତା ପରାମର୍ଶ କରିଛନ୍ତି।

The post ପୁନଃସଂକ୍ରମଣ ଦାଉରୁ ଆଣ୍ଟିବଡି ସୁରକ୍ଷା ଦେବନି! first appeared on Sambad.



from କରୋନା – Sambad https://ift.tt/2M4YOgA