
ନୂଆଦିଲ୍ଲୀ : ପାକିସ୍ତାନରେ ଏବେ କୋଭିଡ୍ ସଂକ୍ରମଣର ଦ୍ବିତୀୟ ଲହର ଚାଲିଛି। ନଭେମ୍ବର ପ୍ରଥମ ସପ୍ତାହରେ ପାକିସ୍ତାନରେ ଆରମ୍ଭ ହୋଇଥିବା ଏହି ଦ୍ବିତୀୟ ଲହର ପ୍ରବଳ ଥଣ୍ଡା ଏବଂ ପ୍ରଦୂଷଣ ଯୋଗୁଁ ଅତି ଭୟଙ୍କର ହୋଇଯାଇଛି। ପାକିସ୍ତାନରେ ଏବେ ଦୈନିକ ହାରାହାରି ସଂକ୍ରମଣ ମାମଲା ୨ ହଜାରରୁ ଅଧିକ ରହୁଛି। ଶେଷ ଥର ପାଇଁ ଗତ ଜୁନ୍ରେ ପାକିସ୍ତାନରେ ଏହି ସମାନ ସଂଖ୍ୟକ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ପାକିସ୍ତାନରେ ୨,୧୪୨ ନୂଆ ମାମଲା ଚିହ୍ନଟ ହୋଇଥିଲା। ମୋଟ୍ ସଂକ୍ରମଣ ମାମଲା ୪୬୨,୮୧୪ ରହିଥିବାବଳେ ୪୧୫,୩୫୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ୨,୩୯୮ ଜଣ ଅତି ଗୁରୁତର ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଛି। ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ୁଛି। ନଭେମ୍ବର ପରଠାରୁ ପାକିସ୍ତାନରେ କରୋନା ମୃତ୍ୟୁ ଲଗାତାର ବଢ଼ିଚାଲିଛି। ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଅଧିକ ଭୟଙ୍କର ବୋଲି ଜଣାପଡ଼ୁଛି। ଗରିବ ଲୋକମାନେ ଘରୋଇ ହସ୍ପିଟାଲ୍ରେ ଚିକିତ୍ସା ପାଇପାରୁନାହାନ୍ତି। ସରକାରୀ ହସ୍ପିଟାଲ୍ଗୁଡ଼ିକରେ ବେଡ୍ ନଥିବାରୁ ରୋଗୀଙ୍କୁ ଫେରାଇ ଦିଆଯାଉଛି।
The post ପାକିସ୍ତାନରେ ସଂକ୍ରମଣର ଭୟାନକ ରୂପ, ହସ୍ପିଟାଲ୍ରେ ବେଡ୍ ନାହିଁ first appeared on Sambad.
from କରୋନା – Sambad https://ift.tt/2KOPnBo
0 Comments