ଭୁବନେଶ୍ବର : ରାଜ୍ୟରେ ଜଣେ ୫ ମାସର ଶିଶୁ କରୋନାର ଶିକାର ହୋଇଛି। ରାୟଗଡ଼ା ଜିଲ୍ଲାରେ ଏହି ଶିଶୁର କରୋନାରେ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଯାହାକି ରାଜ୍ୟର ପ୍ରଥମ ଘଟଣା। ବିଭାଗ ପକ୍ଷରୁ ୩ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ଘୋଷଣା କରାଯାଇଥିବା ବେଳେ ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୧୮୬୪କୁ ବୃଦ୍ଧି ପାଇଛି।

ଅପରପକ୍ଷରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨୫୦ ସଂଖ୍ୟା ତଳକୁ ଖସି ଆସିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨୩୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୬ ଜିଲ୍ଲାରେ କୌଣସି ରୋଗୀ ଚିହ୍ନଟ ହୋଇ ନ ଥିବା ବେଳେ ଅନୁଗୁଳରେ ସର୍ବାଧିକ ୩୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୨୮ହଜାର ୭୩୮କୁ ବୃଦ୍ଧି ପାଇଛି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୫୨,୬୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ଆଜି ୩୨୪ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୨୪ହଜାର ୩୯୨କୁ ବୃଦ୍ଧି ଘଟିଛି। ରାଜ୍ୟରେ ଏବେ ୦.୭୪ ପ୍ରତିଶତ ଚିକିତ୍ସାଧୀନ କରୋନା ରୋଗୀ ରହିଛନ୍ତି।

The post କରୋନାର ଶିକାର ହେଲା ୫ ମାସର ଶିଶୁ first appeared on Sambad.



from କରୋନା – Sambad https://ift.tt/2KWAYD7