ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୨୨,୦୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ ଲକ୍ଷ ୬ ହଜାର ୧୬୫ ଛୁଇଁଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଣେ କରୋନାରେ ପୁଣି ୩୫୪ ଜଣଙ୍କର ମୃତ୍ୟୁ ଘଟି ମୃତ୍ୟୁସଂଖ୍ୟା ୧ ଲକ୍ଷ ୪୩ ହଜାର ୭୦୯ରେ ପହଞ୍ଚିଛି। ଦେଶରେ ଏବେ ବି ସକ୍ରିୟ ଅଛନ୍ତି ୩ ଲକ୍ଷ ୩୯ ହଜାର ୮୨୦ ଜଣ। ସୁସ୍ଥ ହୋଇ ସାରାଲେଣି ୯୪ ଲକ୍ଷ ୨୨ ହଜାର ୬୩୬ ଜଣ।

 

ଏପଟେ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ(ଆଇସିଏମ୍‌ଆର୍‌) ରିପୋର୍ଟ ଅନୁଯାୟୀ, ଏବେ ସୁଦ୍ଧା ସମୁଦାୟ ୧୫ କୋଟି ୫୫ ଲକ୍ଷ ୬୦ ହଜାର ୬୫୫ କରୋନା ନମୁନା ପରୀକ୍ଷଣ ହୋଇ ସାରିଲାଣି। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୯ ଲକ୍ଷ ୯୩ ହଜାର ୬୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

The post ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୨୨,୦୬୫ କରୋନା ଆକ୍ରାନ୍ତ ଚିହ୍ନଟ, ୩୫୪ ମୃତ first appeared on Sambad.



from କରୋନା – Sambad https://ift.tt/3nk8fXj