
କଟକ: ଏସ୍ସିବି ନ୍ୟୁରୋସର୍ଜରି ବିଭାଗରେ ଗୋଟିଏ ଦିନରେ ୭ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେଥିରୁ କେତେଜଣ ୱାର୍ଡରେ ଆଡମିସନ୍ ହୋଇଥିବାବେଳେ ଆଉ କେତେଜଣ ରେଫର ହୋଇ ବିଭିନ୍ନ ବିଭାଗରୁ ଆସିଥିବା ଜଣାପଡିଛି। ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପଟେ ଏସ୍ସିବିରେ ଏବେ ରୋଗୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ନ୍ୟୁରୋସର୍ଜରି ସମେତ ବିଭିନ୍ନ ବିଭାଗରେ ଶଯ୍ୟା ଅଭାବରୁ ଗୋଗୀ ପୁଣି ଚଟାଣରେ ଚିକିତ୍ସିତ ହେଉଛନ୍ତି।
ନ୍ୟୁରୋସର୍ଜରି ବିଭାଗରେ ଚଟାଣରେ ଗୁରୁତର ରୋଗୀ ଚିକିତ୍ସିତ ହେଉଥିବାବେଳେ ସାମାଜିକ ଦୂରତ୍ବ ନିୟମ ବି ଫୁ’ ହୋଇଯାଇଛି। ଫଳରେ ଦୀର୍ଘଦିନ ପରେ ଏସ୍ସିବିର ଗୋଟିଏ ବିଭାଗରୁ ଏକାଥରକେ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହା ପୁଣି ଉଦ୍ବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଅନ୍ୟପଟେ ଏସ୍ସିବିରେ ୨ହଜାର ରୋଗୀଙ୍କ ଭିତରୁ ଏବେ ଦିନକୁ ପାଖାପାଖି ୧୦ରୁ ୧୫ଜଣ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡିଛି। ଏହି ସଂଖ୍ୟା ପୂର୍ବରୁ ଅଧିକ ରହିଥିଲା।
The post ଏସ୍ସିବି ନ୍ୟୁରୋସର୍ଜରି ବିଭାଗରୁ ୭ ପଜିଟିଭ୍ ଚିହ୍ନଟ first appeared on Sambad.
from କରୋନା – Sambad https://ift.tt/2WMHyPl
0 Comments