ନୂଆଦିଲ୍ଲୀ: ପ୍ରାରମ୍ଭିକ କୋଭିଡ୍‌-୧୯ ଲକ୍ଷଣ ଚିକିତ୍ସାରେ ‘ରିଜେନ୍‌ରନ୍‌ ଫାର୍ମାସ୍ୟୁଟିକାଲ୍‌’ର ‘ଆଣ୍ଟିବଡି କକ୍‌ଟେଲ୍‌’ ପ୍ରୟୋଗ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକାର ‘ଡ୍ରଗ୍‌ ରେଗୁଲେଟର୍‌’ ଅନୁମତି ପ୍ରଦାନ କରିଛନ୍ତି। ଫଳରେ କୋଭିଡ୍‌-୧୯ ଉପଚାର ନିମନ୍ତେ ଚିକିତ୍ସକମାନଙ୍କ ସମ୍ବଳ ଆହୁରି ପ୍ରସାରିତ ହୋଇଛି।
ଅକ୍ଟୋବର ମାସରେ କରୋନାଭାଇରସ୍‌ ସଂସ୍ପର୍ଶରେ ଆସିଥିବା ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କୁ ଏହି ଔଷଧ ଦିଆଯାଇଥିଲା। ଦୁଇଟି ‘ମନୋକ୍ଲୋନାଲ୍‌ ଆଣ୍ଟିବଡି’ ଥିବା ଏହି ଔଷଧ କରୋନାଭାଇରସ୍‌ର ‘ପ୍ରୋଟିନ୍‌ ସ୍ପାଇକ୍‌’କୁ ଆକ୍ରମଣ କରି ନଷ୍ଟ କରିଦିଏ। ଏହି ପ୍ରୋଟିନ୍‌ ସ୍ପାଇକ୍‌’ ସାହାଯ୍ୟରେ ହିଁ ଭୂତାଣୁ ଜୀବକୋଷ ମଧ୍ୟକୁ ପ୍ରବେଶ କରେ। ଟ୍ରମ୍ପ୍‌ଙ୍କ ଡାକ୍ତରମାନଙ୍କ ଅନୁରୋଧକ୍ରମେ ‘ରିଜେନରନ୍‌’ ଟ୍ରମ୍ପ୍‌ଙ୍କ ଚିକିତ୍ସା ନିମନ୍ତେ ଏହି ଔଷଧ ଦେଇଥିଲା। କାରଣ ସେତେବେଳେ ନୈଦାନିକ ପରୀକ୍ଷା ବ୍ୟତିରେକେ ସାଧାରଣ ଲୋକଙ୍କ କ୍ଷେତ୍ରରେ ଏହାର ପ୍ରୟୋଗ ପାଇଁ ଅନୁମତି ନ ଥିଲା।

Image Courtesy of Hindustan Times

ଶନିବାର ଦିନ ଏକ ବିବୃତିରେ ଯୁକ୍ତରାଷ୍ଟ୍ର ଆମେରିକାର ‘ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରାସନ୍‌’ କହିଛି, କୋଭିଡ୍‌-୧୯ ଆକ୍ରାନ୍ତ ରୋଗୀମାନଙ୍କର ନୈଦାନିକ ପରୀକ୍ଷାରେ ‘କେସିରାଇବିମ୍ୟାବ୍‌’ ଏବଂ ‘ଇମ୍‌ଡେବିମ୍ୟାବ୍‌’କୁ ଏକତ୍ର ପ୍ରୟୋଗ କରି ଦେଖାଯାଇଛି ଯେ, ଏହା ଡାକ୍ତରଖାନା ଯିବା ଭଳି ଜରୁରୀ ପରିସ୍ଥିତିକୁ ଅନେକ ପରିମାଣରେ ହ୍ରାସ କରିପାରୁଛି।
ଆକ୍ରାନ୍ତଙ୍କ ଶରୀରରେ ଭୂତାଣୁରୁ ପରିମାଣ ହ୍ରାସ କରାଇ ପାରୁଥିବାରୁ ଏହାକୁ ଡାକ୍ତରଖାନା ବାହାରେ ବ୍ୟବହାର କରାଯାଇ ପାରିବ ବୋଲି ଅକ୍ଟୋବର ମାସରେ କରାଯାଇଥିବା ପରୀକ୍ଷାରୁ ଜଣାପଡ଼ିଛି।

The post ଜରୁରୀ କ୍ଷେତ୍ରରେ କୋଭିଡ୍‌-୧୯ ଚିକିତ୍ସାରେ ‘ରିଜେନରନ୍‌ ଆଣ୍ଟିବଡି’ ପ୍ରୟୋଗ ନିମନ୍ତେ ଅନୁମତି ଦେଲା ଆମେରିକା first appeared on Sambad.



from କରୋନା – Sambad https://ift.tt/337qE1l