
ନୂଆଦିଲ୍ଲୀ: ରବିବାର ସକାଳ ୮ଟା ସୁଦ୍ଧା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୫,୨୦୯ କରୋନାଭାଇରସ୍ଜନିତ ସଂକ୍ରମଣ ଓ ୫୦୧ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ ସଂକ୍ରମଣ ମାମଲା ୯୦୯୫୮୦୬ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୧୩୩, ୨୨୭ରେ ପହଞ୍ଚିଛି।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରେକର୍ଡ ଅନୁସାରେ, ସମ୍ପ୍ରତି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪୪୦, ୯୬୨।
ଏହାଛଡ଼ା, ୨୪ ଘଣ୍ଟା ମଧ୍ୟରେ ୪୩,୪୯୩ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରବିବାର ସକାଳ ସୁଦ୍ଧା ସୁସ୍ଥତା ହାର ୯୩.୬୮%କୁ ବୃଦ୍ଧି ପାଇଛି। ଏବେ ସୁଦ୍ଧା ଦେଶରେ ସମୁଦାୟ ସୁସ୍ଥତାସଂଖ୍ୟା ୮, ୫୨୧, ୬୧୭ରେ ପହଞ୍ଚିଛି।
ରବିବାର ଦିନ ‘ଆଇସିଏମ୍ଆର୍’ କହିଛି ଯେ, ଭାରତୀୟଙ୍କ ମଧ୍ୟରେ କରୋନାଭାଇରସ୍ ସଂକ୍ରମଣ ଚିହ୍ନଟ କରିବା ଲାଗି ସମଗ୍ର ଦେଶରେ ୧୦,୭୫,୩୨୬ ନମୁନା ପରୀକ୍ଷା କରାଯାଇଥିଲା। ସେଥିରୁ ୪୫, ୨୦୯ଟି ନମୁନା ପଜିଟିଭ୍ ବାହାରିଛି। ଏବେ ସୁଦ୍ଧା ସମୁଦାୟ ୧୩, ୧୭, ୩୩, ୧୩୪ ନମୁନା ପରୀକ୍ଷା କରାଯାଇ ସାରିଲାଣି।
ସେହିଭଳି, ‘ଆୟୁଷ’ର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ ମଧ୍ୟ କହିଛନ୍ତି ଯେ, କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟ ଅସୁବିଧା ମୁକାବିଲା କରିବାରେ ଆୟୁର୍ବେଦ, ଯୋଗ ଏବଂ ଅନ୍ୟାନ୍ୟ ଧାରା ସମଗ୍ର ବିଶ୍ୱ ପାଇଁ ଖୁବ୍ ସହାୟକ ହେବ।
The post କୋଭିଡ୍-୧୯: ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୫,୨୦୯ ନୂଆ ସଂକ୍ରମଣ ଓ ୫୦୧ ଆକ୍ରାନ୍ତଙ୍କ ମୃତ୍ୟୁ first appeared on Sambad.
from କରୋନା – Sambad https://ift.tt/38ZZHR0
0 Comments