ଭୁବନେଶ୍ୱର : ରାଜଧାନୀରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ସେ‌ପ୍ଟେମ୍ବରରେ ରୋଗୀଙ୍କ ସଂଖ୍ୟା ୫ ହଜାର ଟପିଥିବା ବେଳେ ଏବେ ଏଥିରେ ଦ୍ରୁତ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ୯୧ଜଣ ରୋଗୀ ସୁସ୍ଥ ହେବା ପରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୮,୪୮୬କୁ ବୃଦ୍ଧି ପାଇଛି। ଯାହାକି ରାଜଧାନୀବାସୀଙ୍କ ପାଇଁ ସାମାନ୍ୟ ଆଶ୍ବସ୍ତି ଆଣିଛି। ତେବେ ଏବେ ବି ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣକୁ ଆସିନାହିଁ। ପ୍ରତ୍ୟେକ ଦିନ ୧/୨ ରୋଗୀ କରୋନାରେ ପ୍ରାଣ ହରାଉଥିବା ନେଇ ସରକାରୀ ଭାବେ ଘୋଷଣା ହେଉଛି। ସଂଖ୍ୟା ବଢ଼ି ବଢ଼ି ୧୭୭ରେ ପହଞ୍ଚି ଗଲାଣି। ଆଜି ୨ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ରାଜ୍ୟରେ ସମୁଦାୟ ଯେତିକି କରୋନା ମୃତ୍ୟୁ ହୋଇଛି, ତାହାର ପ୍ରାୟ ୧୩ ପ୍ରତିଶତ ମୃତ୍ୟୁ ରାଜଧାନୀରେ ଦେଖିବାକୁ ମିଳିଛି। ଏହି ସଂଖ୍ୟା କିଛି ଦିନ ପୂର୍ବରୁ ୧୦ ପ୍ରତିଶତ ରହିଥିଲା।

ଦିନକରେ ଭୁବନେଶ୍ବରରେ ୬୧ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରେ ୪୮ଜଣ ଲୋକାଲ କଣ୍ଟାକ୍ଟସ୍‌ ଥିବା ବ‌େଳେ ୧୩ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୯,୫୮୩କୁ ବୃଦ୍ଧି ପାଇଛି।

The post ରାଜଧାନୀରେ ୯ଶହ ତଳକୁ ଖସିଲା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା first appeared on Sambad.



from କରୋନା – Sambad https://ift.tt/3n4LoOD