ଭୁବନେଶ୍ୱର : ଶୀତ ଦିନ ଆସୁଥିବାରୁ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ଏକ ଗାଇଡଲାଇନ୍ ଜାରି କରାଯାଇଛି। ଏହାର ନାମ ‘ଲକ୍ଷ୍ମଣରେଖା’ ରଖାଯାଇଛି। ଯେଉଁ କର୍ମଚାରୀମାନଙ୍କର ଥଣ୍ଡା, କାଶ, ଜ୍ବର ଭଳି ଲକ୍ଷଣ ଦେଖାଯିବ, ସେମାନେ ପୁଲିସ ମେଡିକାଲ ଡାକ୍ତରଙ୍କ ନଜରରେ ରହିବେ। ଯଦି ୫ଦିନ ଭିତରେ ଥଣ୍ଡା, କାଶ, ଜ୍ବର ନ କମିଲା, ତାହାଲେ କୋଭିଡ୍ ପରୀକ୍ଷା କରାଇବା ବାଧ୍ୟତାମୂଳକ। ଫଳରେ ପ୍ରାଥମିକ ସ୍ତରରେ ସଂକ୍ରମଣକୁ ରୋକିବା ପାଇଁ ତୁରନ୍ତ ଚିକିତ୍ସା କରାଯିବ। କମିସନରେଟ ପୁଲିସରେ ପ୍ରାୟ ୮ ହଜାର କର୍ମଚାରୀଙ୍କ ଭିତରୁ ୧୮୦୦ଜଣ ଆକ୍ରାନ୍ତ ହୋଇଥିଲେ।

The post କମିସନରେଟ ପୁଲିସର ‘ଲକ୍ଷ୍ମଣରେଖା’ first appeared on Sambad.



from କରୋନା – Sambad https://ift.tt/2I7YZWq