
ନୂଆଦିଲ୍ଲୀ : ଭାରତରେ ଦୈନିକ କରୋନା ମାମଲା ଏବେ ୫୦ ହଜାରରୁ ତଳେ ରହୁଛି। ବିଗତ ୨୪ ଘଣ୍ଟାରେ ଭାରତରେ ୪୫,୬୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୈନିକ କରୋନା ସଂକ୍ରମଣ ଏବେ ୫୦ ହଜାର ଅତିକ୍ରମ ନ କରିବା ଭାରତ ପାଇଁ ଆଶ୍ବସ୍ତିକର ଖବର ବୋଲି କୁହାଯାଉଛି। ଭାରତରେ ମୋଟ ୮୫,୦୭,୭୫୪ ମାମଲା ଥିଲାବେଳେ ପଜିଟିଭ ହାର ୩.୮ ପ୍ରତିଶତ ରହିଛି। ଏହା ସତ୍ତ୍ବେ ଭାରତରେ ଆରୋଗ୍ୟ ହାର ସନ୍ତୋଷଜନକ ରହିଛି। ଆଜି ଆରୋଗ୍ୟ ହାର ୯୨.୪୯ ପ୍ରତିଶତ ରହିଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
କରୋନାରୁ ୭୮,୬୮,୯୬୮ ରୋଗୀ ଆରୋଗ୍ୟଲାଭ କରିଛନ୍ତି। ବିଗତ ୨୪ ଘଣ୍ଟାରେ ୫୭୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ଏବଂ ଉତ୍ତରପ୍ରଦେଶରେ ସର୍ବାଧିକ ମୃତ୍ୟୁ ହୋଇଛି। ଭାରତରେ ଆଜି ପର୍ଯ୍ୟାନ୍ତ ମୋଟ ୧,୨୬,୧୨୧ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ଚଳିତ ମାସ ପ୍ରଥମ ଥର ପାଇଁ କୋଭିଡ ମୃତ୍ୟୁହାର ୧.୪୮କୁ ହ୍ରାସ ପାଇଛି।
The post ଦୈନିକ ସଂକ୍ରମଣ ମାମଲା କମୁଛି : ଭାରତରେ ଆରୋଗ୍ୟ ହାର ୯୨.୪୯% first appeared on Sambad.
from କରୋନା – Sambad https://ift.tt/3n6Jw8d
0 Comments