ନୂଆଦିଲ୍ଲୀ : ଆସନ୍ତା ୩ ରୁ ୪ ମାସ ମଧ୍ୟରେ କରୋନା ଟିକା ପ୍ରସ୍ତୁତ ହୋଇଯିବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି ଏହି ସୂଚନା ଦେଇଛନ୍ତି। ଏଫ୍‌ଆଇସିସିଆଇ ଏଫ୍‌ଏଲ୍‌ଓ ୱେବିନାର୍‌ରେ ଉଦ୍‌ବୋଧନ ଦେବା ସମୟରେ ହର୍ଷବର୍ଦ୍ଧନ ଏଭଳି ଗୁରୁତ୍ବପୂର୍ଣ୍ଣ ବୟାନ ରଖିଛନ୍ତି। ହର୍ଷବର୍ଦ୍ଧନ କହିଛନ୍ତି, ତାଙ୍କର ଦୃଢ଼ ବିଶ୍ବାସ ରହିଛି ଯେ, ଆସନ୍ତା ୩-୪ ମାସ ମଧ୍ୟରେ କୋଭିଡ୍‌ ଟିକା ପ୍ରସ୍ତୁତ ହୋଇଯିବ। ସ୍ବାସ୍ଥ୍ୟ କର୍ମୀ, କରୋନା ଯୋଦ୍ଧା ଏବଂ ରୋଗଗ୍ରସ୍ତ ଲୋକଙ୍କୁ ପ୍ରାଥମିକ ଗୁରୁତ୍ବ ଦିଆଯିବ। ଟିକାର ସଠିକ୍‌ ବଣ୍ଟନ ପାଇଁ ଖୁବ୍‌ ଭଲଭାବେ ଯୋଜନା ହେଉଛି। ଏଥିପାଇଁ ଏକ ଇ-ଭାକ୍ସିନ୍‌ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ ମଧ୍ୟ ସୃଷ୍ଟି ହୋଇଛି। ଜୁଲାଇ-ଅଗଷ୍ଟ ୨୦୨୧ ସୁଦ୍ଧା ୨୫-୩୦ କୋଟି ଲୋକଙ୍କ ପାଇଁ ୪୦୦-୫୦୦ ମିଲିଅନ୍‌ ଡୋଜ୍‌ ଟିକା‌ ଉପଲବ୍ଧ ହେବ ବୋଲି ବର୍ଦ୍ଧନ ଆକଳନ କରିଛନ୍ତି।

The post ୩-୪ ମାସରେ ପ୍ରସ୍ତୁତ ହୋଇଯିବ କରୋନା ଟିକା: ହର୍ଷବର୍ଦ୍ଧନ first appeared on Sambad.



from କରୋନା – Sambad https://ift.tt/2KhHKD2