ଭୁବନେଶ୍ୱର : ରାଜଧାନୀରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଏ ପର୍ଯ୍ୟନ୍ତ ୨୦୧ଜଣ ରୋଗୀଙ୍କ ପ୍ରାଣହାନି ଘଟିଲାଣି, ଯାହାକି ରାଜ୍ୟର ସମୁଦାୟ କରୋନା ମୃତ୍ୟୁର ୧୩ ପ୍ରତିଶତ। ଭୁବନେଶ୍ବର‌ରେ ସଂକ୍ରମଣ ହ୍ରାସ ପାଇଥିବା ‌ବେଳେ ମୃତ୍ୟୁ ସଂଖ୍ୟା କମୁ ନଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ଘଣ୍ଟାରେ ଭୁବନେଶ୍ବରରେ ୪୨ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩୦,୩୭୨କୁ ବୃଦ୍ଧି ପାଇଛି। ତେବେ ୫୬ଜଣ ରୋଗୀ ସୁସ୍ଥ ହେବା ଫଳରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୯,୫୩୫କୁ ବୃଦ୍ଧି ପାଇଛି। ରାଜଧାନୀରେ ଏବେ ୬୧୫ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

The post ରାଜ୍ୟର ୧୩% କରୋନା ମୃତ୍ୟୁ ଭୁବନେଶ୍ୱରରେ first appeared on Sambad.



from କରୋନା – Sambad https://ift.tt/3nGIxfi