
ନୂଆଦିଲ୍ଲୀ: ଶନିବାର ସକାଳ ୮ଟା ସୁଦ୍ଧା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଭାରତରେ ସମୁଦାୟ କୋଭିଡ୍-୧୯ ସଂକ୍ରମଣ ୯୦୫୦୫୯୮ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୧୩୨, ୭୨୬ରେ ପହଞ୍ଚିଛି। ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୬,୨୩୨ ନୂଆ ସଂକ୍ରମଣ ରେକର୍ଡ କରାଯାଇଛି। ସେହିଭଳି ୨୪ ଘଣ୍ଟା ମଧ୍ୟରେ ୫୬୪ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରେକର୍ଡ ଅନୁସାରେ, ସମ୍ପ୍ରତି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪୩୯, ୭୪୭।
ଏହାଛଡ଼ା, ୨୪ ଘଣ୍ଟା ମଧ୍ୟରେ ୪୯,୭୧୫ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଶନିବାର ଦିନ ସୁସ୍ଥତା ହାର ୯୩.୬୭%କୁ ବୃଦ୍ଧି ପାଇଛି। ଏବେ ସୁଦ୍ଧା ଦେଶରେ ସମୁଦାୟ ସୁସ୍ଥତାସଂଖ୍ୟା ୮, ୪୭୮, ୧୨୪ରେ ପହଞ୍ଚିଛି। ସୁସ୍ଥତା ଏବଂ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରେ ବ୍ୟବଧାନ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି ଏବଂ ଏବେ ବ୍ୟବଧାନ ସଂଖ୍ୟା ହେଉଛି ୮, ୦୩୮,୩୭୭।
ଶୁକ୍ରବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ୨୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୨୦, ୦୦୦ କମ୍ ସକ୍ରିୟ ଆକ୍ରାନ୍ତ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ୨୦ଟି ରାଜ୍ୟରେ ସମୁଦାୟ ପଜିଟିଭ୍ ହାର ଜାତୀୟ ହାର ୬.୯୫% ଠାରୁ କମ୍ ବୋଲି ରିପୋର୍ଟ କରିଛନ୍ତି।
The post କୋଭିଡ୍-୧୯: ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୬,୨୩୨ ନୂଆ ସଂକ୍ରମଣ ଓ ୫୬୪ ଆକ୍ରାନ୍ତଙ୍କ ମୃତ୍ୟୁ first appeared on Sambad.
from କରୋନା – Sambad https://ift.tt/393dmH2
0 Comments