
ଲଣ୍ଡନ: ବିଶ୍ବର ଅନ୍ୟତମ ଅଗ୍ରଣୀ ଫାର୍ମାସ୍ୟୁଟିକାଲ କମ୍ପାନି ଫାଇଜର ଏବଂ ବାୟୋଏନ୍ଟେକ୍ର କୋଭିଡ୍-୧୯ ଟିକାକୁ ବ୍ରିଟେନ ମଂଜୁରି ଦେଇଛି। ଫାଇଜର ଟିକାର ବ୍ୟବହାର ଅନୁମତି ଦେବାରେ ବ୍ରିଟେନ୍ ପ୍ରଥମ ରାଷ୍ଟ୍ର ପାଲଟିଛି। ସପ୍ତାହକ ମଧ୍ୟରେ ଏହି ଟିକା ଲୋକଙ୍କ ପାଇଁ ଉପଲବ୍ଧ ହେବ। ଫାଇଜର୍ର ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣ ଶେଷ ହେବାପରେ ଏହା ବ୍ରିଟେନ୍ରେ ଗଣ ବ୍ୟବହାର ପାଇଁ ଅନୁମତି ଲୋଡ଼ିଥିଲା। ସରକାର ଏବେ ଅନୁମତି ପ୍ରଦାନ କରିଥିବାରୁ ଖୁବ୍ଶୀଘ୍ର ବ୍ରିଟେନ୍ରେ ଟିକାକରଣ ଆରମ୍ଭ ହୋଇଯିବ ବୋଲି ଜଣାପଡ଼ିଛି। ଫାଇଜର ଟିକାର ସଂରକ୍ଷଣ ଏବଂ ପରିବହନ ପାଇଁ ବିଯୁକ୍ତି ୭୦ ଡିଗ୍ରି ତାପମାତ୍ରା ବ୍ୟବସ୍ଥା ଆବଶ୍ୟକ ହେଉଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ଏ ନେଇ ପ୍ରସ୍ତୁତି ଚାଲିଛି।
The post ଫାଇଜର୍ କୋଭିଡ୍ ଟିକାକୁ ବ୍ରିଟେନ୍ର ମଂଜୁରି first appeared on Sambad.
from କରୋନା – Sambad https://ift.tt/36kY8v8
0 Comments