ନୂଆଦିଲ୍ଲୀ: ଜାତୀୟ ରାଜାଧାନୀ ଦିଲ୍ଲୀରେ ହଠାତ୍‌ ସଂକ୍ରମଣ ବଢ଼ିଯାଇଛି। ଗତ ୨୪ ଘଣ୍ଟା‌ ମଧ୍ୟରେ ଦିଲ୍ଲୀରେ ରେକର୍ଡ କରାଯାଇଥିବା ନୂଆ ସଂକ୍ରମଣ ମାମଲା ମହାରାଷ୍ଟ୍ର ଏବଂ କେରଳକୁ ମଧ୍ୟ ଟପିଯାଇଛି। ଗତକାଲି ଦେଶରେ ମୋଟ୍‌ ୫୦ ହଜାର ୩୫୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। କେବଳ ଦିଲ୍ଲୀରେ ୭ ହଜାର ୧୭୮ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏହା ମହାରାଷ୍ଟ୍ର ଏବଂ କେରଳଠାରୁ ମଧ୍ୟ ଅଧିକ। ନୂଆ ସଂକ୍ରମଣ ମାମଲାର ୭୭ ପ୍ରତିଶତ ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ତଥା ଦିଲ୍ଲୀ, କେରଳ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଆନ୍ଧ୍ରପ୍ର‌ଦେଶ, ତାମିଲନାଡ଼ୁ, ହରିୟାଣା, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରୁ ଚିହ୍ନଟ ହୋଇଛି।

କେରଳରେ ଗତକାଲି ୭ ହଜାର ସଂକ୍ରମଣ ମାମଲା ରିପୋର୍ଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୬,୮୭୦ ନୂଆ ମାମଲା ରହିଛି। ତେବେ ୨୪ ଘଣ୍ଟାରେ ମୋଟ୍‌ ୫୦ ହଜାର ୩୫୬ ନୂଆ ମାମଲା ଚିହ୍ନଟ ହୋଇଛି। ଗତ ୫ ସପ୍ତାହ ଧରି ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ସଂକ୍ରମଣ ମାମଲାଠାରୁ ଅଧିକ ରହୁଛି। ଏହାଦ୍ବାରା ଦେଶରେ ସକ୍ରିୟ ମାମଲା ୫.୧୬ ଲକ୍ଷ ରହିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୬.୧୧ ପ୍ରତିଶତ। ଦେଶରେ ମୋଟ୍‌ ୭୮ ଲକ୍ଷ ୧୯ ହଜାର ୮୮୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

The post ନୂଆ ସଂକ୍ରମଣ ମାମଲା: କେରଳ, ମହାରାଷ୍ଟ୍ରକୁ ଟପିଗଲା ଦିଲ୍ଲୀ first appeared on Sambad.



from କରୋନା – Sambad https://ift.tt/38mbM2z