ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ୧ ହଜାର ୬୮୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୬ ହଜାର ୮୫୭କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜିରିଆରେ ଏହି ସୂଚନା ଦିଆଯାଇଛି।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ୨୧୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ୧୧୩ ଜଣ, କଟକ ଜିଲ୍ଲାରୁ ୧୦୪ ଜଣ, ବୌଦ୍ଧ ଜିଲ୍ଲାରୁ ୯୧ ଜଣ, କଳାହାଣ୍ଡି ଜିଲ୍ଲାରୁ ୮୩ ଜଣ, ମୟୂରଭଂଜ ଜିଲ୍ଲାରୁ ୮୦ ଜଣ, ବାଲେଶ୍ୱର ଜିଲ୍ଲାରୁ ୭୮ ଜଣ, ନୂଆପଡ଼ା, ପୁରୀ ଜିଲ୍ଲାରୁ ୭୬ ଜଣ ଲେଖାଏଁ, ଅନୁଗୁଳ ଜିଲ୍ଲାରୁ ୬୪ ଜଣ, କୋରାପୁଟ ଜିଲ୍ଲାରୁ ୬୧ ଜଣ, କେନ୍ଦୁଝର ଜିଲ୍ଲାରୁ ୫୯ ଜଣ, ଜଗତସିଂହପୁର ଜିଲ୍ଲାରୁ ୫୫ ଜଣ, ଢେଙ୍କାନାଳ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିପରି ବଲାଙ୍ଗୀର ଜିଲ୍ଲାରୁ ୪୬ ଜଣ, ଭଦ୍ରକ ଜିଲ୍ଲାରୁ ୪୦ ଜଣ, ଯାଜପୁର , ନୟାଗଡ଼ ଜିଲ୍ଲାରୁ ୩୪ ଜଣ ଲେଖାଏଁ, ମାଲକାନଗିରି ଜିଲ୍ଲାରୁ ୩୩ ଜଣ, ବରଗଡ଼, ନବରଂଗପୁର ଜିଲ୍ଲାରୁ ୩୨ ଜଣ ଲେଖାଏଁ, ଝାରସୁଗୁଡ଼ା ଜିଲ୍ଲାରୁ ୨୭ ଜଣ, ଗଂଜାମ ଜିଲ୍ଲାରୁ ୨୬ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୨୩ ଜଣ, ସମ୍ବଲପୁର ଜିଲ୍ଲାରୁ ୨୦ ଜଣ, ରାୟଗଡ଼ା ଜିଲ୍ଲାରୁ ୧୪ ଜଣ, କନ୍ଧମାଳ ଜିଲ୍ଲାରୁ ୧୨ ଜଣ, ଦେବଗଡ଼, ଗଜପତି ଜିଲ୍ଲାରୁ ୭ ଜଣ ଲେଖାଏଁ ଓ ରାଜ୍ୟପୁଲରୁ ୩୫ ଜଣ ସୁସ୍ଥ ହୋଇଛନ୍ତି।

The post ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୬୮୩ ଜଣ ଆକ୍ରାନ୍ତ first appeared on Sambad.



from କରୋନା – Sambad https://ift.tt/3eCkwTe