ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ୧ ହଜାର ୩୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୮ ହଜାର ୧୬୮କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜିରିଆରେ ଏହି ସୂଚନା ଦିଆଯାଇଛି।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୫୮ ଜଣ, କଟକ ଜିଲ୍ଲାରୁ ୯୪ ଜଣ, ମୟୂରଭଂଜ ଜିଲ୍ଲାରୁ ୮୬ ଜଣ, ନୂଆପଡ଼ା ଜିଲ୍ଲାରୁ ୬୭ ଜଣ, ଜଗତସିଂହପୁର ଜିଲ୍ଲାରୁ ୬୪ ଜଣ, ଯାଜପୁର ଜିଲ୍ଲାରୁ ୬୨ ଜଣ, ପୁରୀ ଜିଲ୍ଲାରୁ ୫୯ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫୭ ଜଣ, ବାଲେଶ୍ୱର ଜିଲ୍ଲାରୁ ୫୫ ଜଣ, କେନ୍ଦୁଝର ଜିଲ୍ଲାରୁ ୫୪ ଜଣ, ବଲାଙ୍ଗୀର ଜିଲ୍ଲାରୁ ୫୨ ଜଣ, ଅନୁଗୁଳ ଜିଲ୍ଲାରୁ ୪୬ ଜଣ ଓ ନବରଂଗପୁର ଜିଲ୍ଲାରୁ ୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିପରି ଢେଙ୍କାନାଳ, ନୟାଗଡ଼ା ଜିଲ୍ଲାରୁ ୩୮ ଜଣ ଲେଖାଏଁ, କଳାହାଣ୍ଡି ଜିଲ୍ଲାରୁ ୩୭ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୩୫ ଜଣ, କୋରାପୁଟ ଜିଲ୍ଲାରୁ ୩୩ ଜଣ, ବରଗଡ଼ ଜିଲ୍ଲାରୁ ୩୨ ଜଣ, ଗଂଜାମ, ମାଲକାନଗିରି ଜିଲ୍ଲାରୁ ୨୬ ଜଣ ଲେଖାଏଁ, ଭଦ୍ରକ ଜିଲ୍ଲାରୁ ୨୨ ଜଣ, ସମ୍ବଳପୁର ଜିଲ୍ଲାରୁ ୨୧ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୦ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୧୭ ଜଣ, କନ୍ଧମାଳ ଜିଲ୍ଲାରୁ ୧୬ ଜଣ, ଦେବଗଡ଼ ଜିଲ୍ଲାରୁ ୧୧ ଜଣ, ରାୟଗଡ଼ା ଜିଲ୍ଲାରୁ ୧୦ ଜଣ, ଗଜପତି ଜିଲ୍ଳାରୁ ୨ ଜଣ ଓ ରାଜ୍ୟପୁଲରୁ ୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

The post ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୩୧୧ ଜଣ ଆକ୍ରାନ୍ତ first appeared on Sambad.



from କରୋନା – Sambad https://ift.tt/2Iki7AR