
ଭୁବନେଶ୍ୱର : ରାଜଧାନୀରେ ଥମୁନି କରୋନା ମୃତ୍ୟୁ। ପ୍ରତ୍ୟେକ ଦିନ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ରାଜ୍ୟର ପ୍ରାୟ ୧୩ ପ୍ରତିଶତ କରୋନା ମୃତ୍ୟୁ ରାଜଧାନୀରେ ହୋଇଥିବା ବେଳେ ଖୋର୍ଧା ଜିଲ୍ଲାର ଏହା ହେଉଛି ୮୮ ପ୍ରତିଶତ। ତେଣୁ ଭୁବନେଶ୍ବରରେ କରୋନାର ଗମ୍ଭୀର ସ୍ଥିତି ଏହି ସଂଖ୍ୟାରୁ ସ୍ପଷ୍ଟ ହେଉଛି। ରାଜଧାନୀରେ ଏ ପର୍ଯ୍ୟନ୍ତ ୧୭୯ଜଣ କରୋନା ରୋଗୀ ପ୍ରାଣ ହରାଇ ସାରିଲେଣି। ରାଜଧାନୀରେ କରୋନା ସଂକ୍ରମଣ ଲଗାତାର ଭାବେ ଶହେ ତଳେ ରହିଛି। ଗତ ୨୪ ଘଣ୍ଟାରେ ୬୪ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରେ ଲୋକାଲ କଣ୍ଟାକ୍ଟସ୍ ୪୭ଜଣ ରହିଛନ୍ତି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୯,୬୪୭କୁ ବୃଦ୍ଧି ପାଇଛି। ସେହିପରି ଦିନକରେ ୮୭ଜଣ ରୋଗୀ ସୁସ୍ଥ ହେବା ପରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୮,୫୭୩କୁ ବୃଦ୍ଧି ପାଇଛି। ଭୁବନେଶ୍ବରରେ ସୁସ୍ଥ ହାର ୯୬ ପ୍ରତିଶତକୁ ବୃଦ୍ଧି ପାଇଛି। ଅପରପକ୍ଷରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୮୭୪କୁ ଖସି ଆସିଛି।
The post ଖୋର୍ଧାର ୮୮ % କରୋନା ମୃତ୍ୟୁ ରାଜଧାନୀରେ first appeared on Sambad.
from କରୋନା – Sambad https://ift.tt/32pQgpL
0 Comments