ନୂଆଦିଲ୍ଲୀ : ପୂର୍ବରୁ ଅନ୍ୟାନ୍ୟ ଭୂତାଣୁଜନିତ ରୋଗ ପାଇଁ ବିଶ୍ବରେ ସର୍ବାଧିକ ଟିକା ଯୋଗାଇବାର ମାନ୍ୟତା ରଖିଥିବା ଭାରତ ମହାମାରୀ କୋଭିଡ୍‌-୧୯ ପାଇଁ ମଧ୍ୟ ଭବିଷ୍ୟତରେ ଅନୁରୂପ କୀର୍ତ୍ତିମାନ ହାସଲ କରିବ ବୋଲି ଅନୁମାନ କରାଯାଉଛି। ଗତ ଅକ୍ଟୋବର ୮ ତାରିଖ ସୁଦ୍ଧା ଦେଶର ବିଭିନ୍ନ ଟିକା ନିର୍ମାତାମାନେ ସମ୍ଭାବ୍ୟ କୋଭିଡ୍‌ ଟିକା ପାଇଁ ବରାଦ ହୋଇଥିବା ୬୦ କୋଟି ମାତ୍ରା ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିବା ବେଳେ ଆଗକୁ ଆଉ ଶହେ କୋଟି ମାତ୍ରା ନିର୍ମାଣ ପାଇଁ ମଧ୍ୟ କଥାବାର୍ତ୍ତା ଚାଲିଛି ବୋଲି ଆନ୍ତର୍ଜାତିକ ବିଶ୍ଳେଷଣ ସଂସ୍ଥା ଆଡଭାନ୍ସ ମାର୍କେଟ କମିଟମେଣ୍ଟ୍‌ସ(ଏଏମ୍‌ସି) ପକ୍ଷରୁ କୁହାଯାଇଛି।

ଅବଶ୍ୟ କୋଭିଡ୍‌ ଟିକା ନିର୍ମାଣରେ ସମ୍ପ୍ରତି ପ୍ରଥମ ସ୍ଥାନରେ ଥିବା ଆମେରିକାର ଟିକା ନିର୍ମାତାମାନେ ବର୍ତ୍ତମାନ ସୁଦ୍ଧା ୮୧ କୋଟି ମାତ୍ରାର ବରାଦ ରଖିଥିବା ବେଳେ ଆଉ ୧୬୦ କୋଟି ମାତ୍ରା ପାଇଁ କଥାବାର୍ତ୍ତା ଜାରି ରହିଛି। ତେବେ ସମଗ୍ର ବିଶ୍ବର ଲୋକମାନଙ୍କ ଟିକାକରଣ ପାଇଁ ୩ରୁ ୪ ବର୍ଷ ଲାଗିଯିବାର ସମ୍ଭାବନା ଥିବା ବେଳେ ଭାରତ ପରି ମଧ୍ୟମ ଆୟବର୍ଗ ଦେଶ ଅଦ୍ୟାବଧି ୩୮୦ କୋଟି ମାତ୍ରା ପାଇଁ ବରାଦ କରିସାରିଛି ଏବଂ ଆଉ ୫୦୦ କୋଟି ମାତ୍ରା ପାଇଁ ମଧ୍ୟ ଲକ୍ଷ୍ୟ ରଖିଛି।

The post କୋଭିଡ୍‌ ଟିକା ପ୍ରସ୍ତୁତିରେ ଭାରତ ଅଗ୍ରଣୀ first appeared on Sambad.



from କରୋନା – Sambad https://ift.tt/3jR1XMd