ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୩୮,୭୭୨ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ସହ ଭାରତରେ ସମୁଦାୟ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୪.୩ ଲକ୍ଷ ଟପିଯାଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୮,୭୭୨ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୪୪୩ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ ସଂକ୍ରମଣ ମାମଲା ୯୪,୩୧,୬୯୧ ଓ ମୃତ୍ୟୁସଂଖ୍ୟା ୧୩୭, ୧୩୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସିତ ହୋଇ ଫେରିଥିବା ୪୫, ୩୩୩ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ୮୮, ୪୭, ୬୦୦ରେ ପହଞ୍ଚିଛି।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରେକର୍ଡ ଅନୁସାରେ, ସମ୍ପ୍ରତି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪୪୬, ୯୫୨।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ବୈଶ୍ୱିକସ୍ତରରେ ପ୍ରତି ନିୟୁତ ଜନସଂଖ୍ୟାରେ ସର୍ବନିମ୍ନ ମୃତ୍ୟୁସଂଖ୍ୟା ଥିବା ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ।
ଗତକାଲି ହୋଇଥିବା ୮,୭୬, ୧୭୩ ନମୁନା ପରୀକ୍ଷାକୁ ମିଶାଇ ଦେଶରେ କରୋନାଭାଇରସ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ନିମନ୍ତେ ଏ ପର୍ଯ୍ୟନ୍ତ ୧୪, ୦୩, ୭୯, ୯୭୬ଟି ନମୁନା ପରୀକ୍ଷା କରାଯାଇ ସାରିଲାଣି।
The post ୨୪ ଘଣ୍ଟା ମଧ୍ୟରେ ୩୮,୭୭୨ ନୂଆ ସଂକ୍ରମଣ ସହ ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୪.୩ ଲକ୍ଷ ଟପିଲା first appeared on Sambad.
from କରୋନା – Sambad https://ift.tt/36hh0Lv
0 Comments