ଭୁବନେଶ୍ୱର: କରୋନା ଭାଇରସ୍ ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଡିସେମ୍ବର ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି। ନୂଆ ଗାଇଡଲାଇନ୍ ନିୟମ ଅନୁସାରେ ସ୍ଥାନୀୟ ପ୍ରଶାସନ ଲକ୍ଡାଉନ ପାଇଁ ନିଷ୍ପତ୍ତି ନେଇପାରିବେ। କଣ୍ଟେନ୍ମେଣ୍ଟ ଜୋନ୍ ଅଂଚଳରେ ଲକ୍ଡାଉନ୍ ଜାରି କରାଯାଇପାରିବ। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶାନୁସାରେ ସ୍ଥାନୀୟ ପ୍ରଶାସନ (ଜିଲ୍ଲାପାଳ, ପୌରସଂସ୍ଥାର କମିସନ) ସତର୍କତାର ସହିତ ଲକ୍ଡାଉନ୍ ଜୋନ୍ ଘୋଷଣା କରିପାରିବେ। ତେବେ କଣ୍ଟେନମେଣ୍ଟ୍ ଜୋନ ବାହାରେ କିପରି ଗତିବିଧି ରହିବ ସେ ନେଇ ଗାଇଡଲାଇନରେ ସ୍ପଷ୍ଟ ସୂଚନା ଦିଆଯାଇଛି। ନିମ୍ନରେ ସଂକ୍ଷେପରେ ଏ ସଂପର୍କରେ ସୂଚନା ଦିଆଗଲା।
– ଅନ୍ତର୍ଜାତୀୟ ବିମାନ ସେବା ଆଗାମୀ ଡିସେମ୍ବର ୩୧ ଯାଏ ବନ୍ଦ ରହିବ। କେବଳ ଗୃହ ମନ୍ତ୍ରାଳୟ ଦ୍ବାରା ଅନୁମୋଦିତ ଉଡାଣ ହୋଇପାରିବ।
– ବୃହତ ସାମାଜିକ, ରାଜନୈତିକ, ଖେଳ, ମନୋରଂଜନ, ଶିକ୍ଷାନୁଷ୍ଠାନ, ସାଂସ୍କୃତିକ, ଧାର୍ମିକ ସମାରୋହ ଡିସେମ୍ବର ୩୧ ଯାଏ ବନ୍ଦ ରହିବ।
– ଯଦି ଗୋଟିଏ ଛାତ ତଳେ ୧୦୦ ଜଣ ରହିବା ଭଳି ବ୍ୟବସ୍ଥା ରହିଛି, ତା’ହେଲେ ୫୦ ପ୍ରତିଶତ ଲୋକଙ୍କୁ ନେଇ ବ୍ୟବସାୟିକ ପ୍ରଦର୍ଶନୀ ହୋଇପାରିବ।
-ସେହିଭଳି ପ୍ରଦର୍ଶନୀ, ମେଳା, ସେମିନାର ତଥା ତୋଷାଳୀ କ୍ରାଫ୍ଟ ମେଳା, ଶିଶିର ସରସ ଆଦି ଉପରେ କଟକଣା ଲାଗିଛି।
-ବିବାହ ସମାରୋହକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। କିନ୍ତୁ ୨୦୦ରୁ ଅଧିକ ଲୋକ ବିବାହ ସମାରୋହରେ ଏକତ୍ର ହୋଇପାରିବେ ନାହିଁ। ସେହିପରି ଅନ୍ତିମକ୍ରିୟାରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ।
-ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଡିସେମ୍ବର ୩୧ ଯାଏଁ ବନ୍ଦ ରହିବ।
-ସିନେମା ହଲ, ସନ୍ତରଣାଗାର, ମଂନୋରଂଜନ ପରିସର, ଥିଏଟର, ଅଡିଟୋରିୟମ, ସଭାଗୃହ ଆଦି ମଧ୍ୟ ଡିସେମ୍ବର ୩୧ ଯାଏ ଖୋଲିବ ନାହିଁ।
-ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ଗାଇଡଲାଇନ ଅନୁସାରେ ସନ୍ତରଣାଗାର ଖୋଲିବ।
-ଡିସେମ୍ବର ୩୧ ଯାଏ କ୍ଲବ, ସଂସ୍ଥା, ସଂଗଠନର ବୈଠକକୁ ବାରଣ କରାଯାଇଛି।
The post ରାଜ୍ୟ ସରକାରଙ୍କ ଡିସେମ୍ବର ଗାଇଡଲାଇନ୍ : କଣ୍ଟେନ୍ମେଣ୍ଟ ଜୋନ୍ ବାହାରେ ଗତିବିଧି ଏଭଳି ରହିବ first appeared on Sambad.
from କରୋନା – Sambad https://ift.tt/2Vl3jot
0 Comments